ଡାବୁଗାଁ ଗୋଷ୍ଠୀ ବିଦ୍ୟାଳୟ ସମୂହ ଖେଳ କୁଦ ପ୍ରତିଯୋଗିତା
ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ
କଳିଙ୍ଗ ଦର୍ପଣ /ଗୋପାଳ ପଣ୍ଡା /ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସ୍ତରୀୟ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ୨୦୨୬-୨୦୨୭ ଭୈରବ ମହାବିଦ୍ୟାଳୟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ସାଂସଦ ପ୍ରତିନିଧି ବରିଷ୍ଠ ବିଜେପି ନେତା ଜେ ରାଜଶେଖର ରାଓ ଓ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର ମଞ୍ଚାସିନ ଥିଲେ। ଏ.ବି.ଇ.ଓ ଭଗବାନ ମାଝୀ ଓ ସନ୍ତୋଷ ସାହୁ ଓ ଶିକ୍ଷା ବିଭାଗର କର୍ମଚାରୀ ମାନେ ସଂପୂର୍ଣ୍ଣ ଆୟୋଜନ ର ତଦାରଖ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ କ୍ରିଡ଼ା ଶିକ୍ଷକ, ଓ ବିଭାଗୀୟ କର୍ମଚାରୀ ମାନେ ଆଶାନୁରୂପକ ଉଦ୍ୟମ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)