ଗାଡି ଅଟକାଇ ମାଡ଼ ମାରିବା ଅଭିଯୋଗ ରେ ଜଣେ ଗିରଫ
ଗାଡ଼ି ଅଟକାଇ ମାଡ଼ ମାରିବା ମାମଲାରେ ୩ ଅଭିଯୁକ୍ତ ଜେଲ୍ ଗଲେ
କଳିଙ୍ଗ ସମ୍ବାଦ /ସତ୍ୟ ଦାସ /କେନ୍ଦୁଝର
ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅଧୀନ ଦେଓଗାଁ ଅଞ୍ଚଳରେ ଘଟିଥିବା ଗାଡ଼ି ଅଟକାଇ ମାଡ଼ ମାରିବା ଘଟଣାରେ ପୁଲିସ ପକ୍ଷରୁ ଜାରି ତଦନ୍ତରେ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ତିନିଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଯାଇଛି।ଘସିପୁରା ଥାନାରେ ଏନେଇ କେସ୍ ନଂ-୫୧, ତାରିଖ ୩୧.୦୧.୨୦୨୫, ବିଏନଏସ୍ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗକାରୀ ତିନାରାଣୀ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ଘଟଣାଦିନ ଅଭିଯୁକ୍ତମାନେ ଆହତ ବିଟାନ ଦାସ ଓରଫ ବିଶ୍ୱଜିତ ଏବଂ ପିନୁ ଦାସ ଓରଫ ସନ୍ତୋଷଙ୍କ ଗାଡ଼ିକୁ ଅଟକାଇବା ସହ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ରହିଛି।ଏହି ମାମଲାରେ ପୂର୍ବରୁ ସୁଶାନ୍ତ ବଳ ଓରଫ ତୁଲିଆଙ୍କୁ ପୁଲିସ ଗିରଫ କରି ଅଦାଲତ ମାଧ୍ୟମରେ ଜେଲ୍ ପଠାଇଥିଲା। ସେହିପରି ଟିକି ଓରଫ ପାର୍ବତୀ ବଳ ମଧ୍ୟ ଅଦାଲତରେ ଆତ୍ମସମର୍ପଣ କରିଥିଲେ।

ଆଜି ପୁଲିସ ଅଭିଯୁକ୍ତ **ଦୀପକ ବଳ ଓରଫ କଟରା (୨୬)**ଙ୍କୁ ଗିରଫ କରି ଅଦାଲତରେ ହାଜର କରିଥିବାବେଳେ ପାପୁ ବଳ ଓରଫ ପ୍ରକାଶ ଏବଂ ବୁଲୁ ବଳ ଓରଫ ପ୍ରଶାନ୍ତ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ଏହି ତିନିଜଣଙ୍କ ଜାମିନ ଆବେଦନ ଅଦାଲତରେ ଖାରଜ ହେବା ପରେ ସେମାନଙ୍କୁ ଜେଲ୍ ହାଜତକୁ ପଠାଯାଇଛି।
What's Your Reaction?
Like
0
Dislike
1
Love
0
Funny
0
Wow
0
Sad
0
Angry
0
Comments (0)