ଆମ୍ବଦଳା ରେ ଓଡିଶା ବନ୍ଦ ର ପ୍ରଭାବ
ଓଡ଼ିଶା ବନ୍ଦରେ ମୁନିଗୁଡ଼ା-ଅମ୍ବାଦଳା ଅଚଳ
ରାସ୍ତାରୋକ, ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ
---କଳିଙ୍ଗ ଦର୍ପଣ //ରଜତ ତ୍ରିପାଠୀ

ମୁନିଗୁଡ଼ା, ୮।୧୦:( )ରାଜ୍ୟବ୍ୟାପୀ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଓ ଅମ୍ବାଦଳା ଅଞ୍ଚଳରେ ଦେଖିବାକୁ ମିଳିଛି। ମୁନିଗୁଡ଼ା ବ୍ଲକ କଂଗ୍ରେସର ବିଧାୟକ ପ୍ରତିନିଧି ମାନସ ବେହେରାଙ୍କ ନେତୃତ୍ୱରେ ସକାଳୁ କର୍ମୀମାନେ ଅମ୍ବାଦଳାରେ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହେବା ସହ ଦୋକାନବଜାର ବନ୍ଦ ରହିଥିଲା। ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀମାନେ ହଇରାଣ ହୋଇଥିଲେ।
ସେହିପରି ଆମ୍ବଦଳାରେ ମୁନିଗୁଡା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାରଙ୍କ ନେତୃତ୍ୱରେ ସାଂସଦ ପ୍ରତିନିଧି ରଜନୀ କାନ୍ତ ପୋଡ଼ାଲ,ଯୁବ କଂଗ୍ରେସ ନେତା ବାଦଲ ବେହେରା,ଅମ୍ବାଦଳା ଅଞ୍ଚଳର କଂଗ୍ରେସ କର୍ମୀ ପୁଷ୍କର ବାଗ,ଧନୁର୍ଜ୍ୟ କୁସୁଲିଆ,ପ୍ରଭାକର ବାଗଙ୍କ ସମେତ ଆନ୍ଦୋଳନକାରୀମାନେ ଅମ୍ବାଦଳା ଭବାନୀପାଟଣା ମୁଖ୍ୟ ରାଜ ରାସ୍ତା ବନ୍ଦ କରିବା ସହ ରାଲିରେ ବାହାରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ସମ୍ମୁଖରେ ପିକେଟିଂ କରିଥିଲେ। ଅମ୍ବାଦଳା ହାଇସ୍କୁଲ,ସାମନ୍ତ କଲେଜ,ଖୋଲା ଥିବା ଦେଖି କଂଗ୍ରେସ କର୍ମୀମାନେ ସେଠାରେ ପହଞ୍ଚି ନାରାବାଜି କରିବା ସହ ବନ୍ଦ ପାଳନରେ ସହଯୋଗ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ।
ଖଣି ଆଇନ ଉଲ୍ଲଂଘନଜନିତ ବକେୟା ୧୧୦ କୋଟି ଟଙ୍କାର ରାଜସ୍ୱ ତୁରନ୍ତ ଆଦାୟ, ଭୋଟ ଚୋରି ଅଭିଯୋଗ ପ୍ରସଙ୍ଗରେ ନିର୍ବାଚନ କମିଶନରଙ୍କ ଇସ୍ତଫା ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକର ତ୍ରୁଟି ସଂଶୋଧନ ଦାବିରେ ଏହି ବନ୍ଦ ପାଳନ କରାଯାଇଥିବା କଂଗ୍ରେସ ନେତାମାନେ କହିଥିଲେ। ଏଥିସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରାଯାଇଥିଲା।
ବନ୍ଦକୁ ଏ ଆଇ କେ ଏମ ଏସ ଓ ସିପିଆଇଏମଏଲ ପକ୍ଷରୁ ମଧ୍ୟ ସମର୍ଥନ ଦିଆଯାଇଥିଲା। ମୁନିଗୁଡ଼ା ଓ ଅମ୍ବାଦଳାରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇ

ଥିଲା।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)