ମୁରିବାହାଲ ବ୍ଲକ ର ବିଭିନ୍ନ ସ୍ଥାନରେ ମା ଙ୍କ ର ଷୋହଳ ପୂଜା ଆରମ୍ଭ

Oct 05, 2026 - 09:56
0 83
ମୁରିବାହାଲ ବ୍ଲକ ର ବିଭିନ୍ନ ସ୍ଥାନରେ ମା ଙ୍କ ର ଷୋହଳ ପୂଜା ଆରମ୍ଭ

ମୁରିବାହାଲ ବ୍ଲକ ବିଭିନ୍ନ ମାହେଶ୍ୱରୀ ପିଠ ରେ ଷୋହଳ ପୂଜା,ଖଣ୍ଡା ବସା ଆରମ୍ଭ //ବଲାଙ୍ଗୀର 

ମୁରିବାହାଲ ,କଲିଙ୍ଗ ଦର୍ପଣର, ରାଜୀବ ମହାନ୍ତି ୩/୧୦/ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମୁରୀବାହାଲ ମାହେଶ୍ୱରୀ ପିଠ ରେ ଷୋହଳ ଦିନାତ୍ମକ ପୂଜା ଖଣ୍ଡା ବସା ପୂଜା ଆରମ୍ଭ ହୋଇଯାଇଛି, ଏହା ଦଶହରା ପାର୍ବଣ ଷୋଳ ଦିନାତ୍ମକ ଖଣ୍ଡା ବସା ପୁଜା କୃଷ୍ଣ ପକ୍ଷ ମୂଳଷ୍ଟମୀ ରୁ ଆରମ୍ଭ ହୋଇ ଶୁକ୍ଳ ପକ୍ଷ ମହାଷ୍ଟମୀ ରେ ମାଁ ମାହେଶ୍ୱରୀ ଙ୍କ ଠାରେ ନବାନ୍ନ ଲାଗି ଥାଏ ଏବଂ ସନ୍ଧ୍ୟା ବେଳେ ମାଁ ଙ୍କ ଖଣ୍ଡା ଧୁଆ ଯାତ୍ରା ହୋଇଥାଏ। ମହା ନବମୀ ରେ ସମସ୍ତ ଡୁମାଲ ଜାତି ନବାନ୍ନ ସେବନ କରି ଥାଆନ୍ତି ଏହି ପର୍ବକୁ ସମସ୍ତେ ଅତି ସୁନ୍ଦର ସରସ ରୂପେ ଶୃଙ୍ଖଳା ର ସହିତ ପାଳନ କରାଯାଏ। ଏହି ପୂଜା ରେ ପୂଜକ ରସିକ ବିହାରୀ ଯୋଷୀ ଭୋଗ ତିଆରି କରି ମାଁ ମାହେଶ୍ୱରୀ ଙ୍କୁ ଭୋଗ ଅର୍ପଣ କରନ୍ତି ତାପରେ ଦେହେରି ତ୍ରିସିଂଙ୍ଗ ବଘାର ଖଣ୍ଡା ବସା ପୂଜା କରିଥାନ୍ତି।ଏହାପରେ ବରୁଆ ଭକ୍ତ ବଘାର ଙ୍କ ଉପରେ ମାଁ ମାହେଶ୍ୱରୀ ଆବିର୍ଭାବ ହୋଇ ସମସ୍ତ ଭକ୍ତ ମାନକୁ ଆଶିର୍ବାଦ ଦେଇଥାନ୍ତି। ସେହିପରି ସେବାୟତ ମାନେ ଦେବୀ ଙ୍କ ସେବା ରେ ଥାଆନ୍ତି ଏହି ପୂଜାରେ ସେବକ ଭାବରେ ବିରଞ୍ଚି ମେରଲି, ସୁବାଷ ବଘାର, ମୁରଲୀ ଖମାରୀ, ସୁରେଶ ଅମାତ, ସୁଦର୍ଶନ କର୍ମୀ, ବରୁଆ ଉମେଶ ବଘାର, ପୂଜାରେ ସହଯୋଗ କରୁଥିଲେ ।ଏହି ପୁଜା ରେ ପୂଜା,କମିଟି ର ସଭାପତି ପ୍ରଫୁଲ୍ଲ କୁମାର ବଘାର, କୋଷାଧ୍ୟକ୍ଷ ମୁକୁନ୍ଦ ପ୍ରଧାନ, ଶ୍ରୀମୁଖ ବଘାର, ସଦସ୍ୟ ଭାବରେ ବାଲଗୋପାଲ ବଘାର, ଅମ୍ଳାନ ବଘାର, କୁନୁ ପଧାନ, ସ୍ଵାଧୀନ ବ ଘାର, ଦୁର୍ଯୋଧନ ବଘାର, ରାଧାକାନ୍ତ ବଘାର , ତରଣୀ ବଘାର୍, ଅଶ୍ଵିନୀ ବଘାର୍, ଯୁବରାଜ ବଘାର୍, ପିଣ୍ଟୁ ବଘାର , ପିକୁନ ପଧାନ, ସାଗର ମାହାର, ପ୍ରମୁଖ ଉପସ୍ଥିତ ଥିଲେ ସେହିପରି ଅଞ୍ଚଳ ର ଯମୁନା ପୀଠ, ବାଗବାହାଲି, ଖରାଳୀ, ଚନାବାହାଲ, ବାରବନ୍ଧ, ଜନିପଡ଼ା, ଦନ୍ଦରା,ପିଠ ମାନ ଙ୍କୁ ମଧ୍ୟ ଖଣ୍ଡା ବସା ପୂଜା ଅନୁଷ୍ଠିତ ହୋଯାଇଅଛି। ସେହିପାରି ବ୍ଳକ୍ ଅଞ୍ଚଳ ର ବିଭିନ୍ନ ଗାଁ ମାନଙ୍କ ରେ ପୁଅ ଯୁଇନ୍ତିଆ ଓଷା ପାଳନ ହୋଇଯାଇଛି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User