କୂଅରୁ ନାବାଳକ ର ମୃତ ଦେହ ଉଦ୍ଧାର

Sep 03, 2026 - 21:23
0 37
କୂଅରୁ ନାବାଳକ ର ମୃତ ଦେହ ଉଦ୍ଧାର

ମୁରିବାହାଲ ଥାନା ସାଲେପଡ଼ା ଗାଁ ରେ କୂଅ ରୁ ନାବାଳକ ଙ୍କ ମୃତ ଦେହ ଉଦ୍ଧାର 

ମୁରିବାହାଲ:(କଲିଙ୍ଗ ସମ୍ବାଦ, ରାଜୀବ ମହାନ୍ତି) ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତରର୍ଗତ ସାଲେପଡ଼ା ଗାଁ ର ପବିନ ହାତୀ ଙ୍କ ପୁଅ ଅଞ୍ଜନ ହାତୀ 11 ବର୍ଷ ର ଜନ୍ମ ରୁ କଥା କହି ନ ପାରୁଥିଲେ କି ଶୁଣି ପାରୁ ନ ଥିଲେ ! ଗତ ବୁଧବାର ରୁ ସେ ନିଖୋଜ ହୋଇଯାଇଥିଲା ! ପରିବାର ଲୋକେ ରାତି ସାରା ଗୁରୁବାର ସକାଳ ଯାଏ ଖୋଜା ଖୋଜି କଲେ ତଥା ପାଖ ଅଞ୍ଚଳ ରେ ଅନେକ ଖୋଜା ଖୋଜି କରିବା ପରେ ମଧ୍ୟ ତାର କୌଣସି ପତା ନ ମିଳିଥିଲା ! ସେଶରେ ଆଜି ପରିବାର ଲୋକେ ଗାଁ ରେ ଶେଷ ମୁଣ୍ଡରେ ଥିବା ଏକ କୂଅ କୁ ଖୋଜିବା କୁ ଯାଇଥିବା ବେଳେ କୂଅ ଭିତରେ ଏକ ଶବ ଭାସୁଥିବା ଦେଖିବା କୁ ପାଇଥିଲେ, ଏହା ଅଞ୍ଜନ ର ଶବ ବୋଲି ଜାଣିବାରୁ ପରିବାର ଲୋକେ ତୁରନ୍ତ ମୁରିବାହାଲ ଥାନା କୁ ଖବର ଦେଇଥିଲେ, ଖବର ପାଇ ମୁରିବାହାଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା, ଅଗ୍ନିଶମ ବାହିନୀ ସହାୟତା ରେ କୂଅ ରୁ ମୃତ ଦେହ ଉଦ୍ଧାର ହୋଇଥିଲା ! ପରେ ମୃତ ଦେହ କୁ କଣ୍ଟାବାଞ୍ଜି ଡାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ! ଶବ ବ୍ୟବଚ୍ଛେଦ ପରେ ମୁରିବାହାଲ ପୁଲିସ ମୃତ ଶରୀର କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି, ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି, ମୁରିବାହାଲ ପୁଲିସ ପ୍ରାଥମିକ ତଦନ୍ତ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଅନୁମାନ କରାଯାଉଛି ! ଶୁଣି ଓ କହି ନ ପାରୁଥିବା ଏହି ବୟସତ କୂଅ ରେ ପଡିଯାଇଥିବା ସନ୍ଧେହ କରାଯାଉଛି ! ଘଟଣା ପରେ ସାଲେପଡ଼ା ଗାଁ ରେ ଶୋକ ର ଛାୟା ଖେଳି ଯାଇଛି !

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User