ପୂର୍ବତନ କୁଳପତି କିଶୋର ଚନ୍ଦ୍ର ପାଢ଼ିଙ୍କ ବିୟୋଗ ରେ ଓଡିଶା ସଂସ୍କୃତ ଜଗତରେ ଶୋକ

ପୂର୍ବତନ କୁଳପତି କିଶୋର ଚନ୍ଦ୍ର ପlଢ଼ିଙ୍କର ବିୟୋଗ
ଆଜି ଶନିବାର ଅପରାହ୍ନ ରେ ସମ ହସ୍ପିଟାଲ ରେ ବ୍ୟାକରଣ ବିଭାଗ ର ବରିଷ୍ଠ ପ୍ରଫେସର ତଥା ଜଗନ୍ନାଥ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି କିଶୋର ଚନ୍ଦ୍ର ପlଢି ଙ୍କର ହୃଦଘାତରେ ବିୟୋଗ ଘଟିଛି l ସଂସ୍କୃତ ଜଗତର ଜଣେ ଜାତୀୟ ସ୍ଥରରେ ପ୍ରତିଷ୍ଠିତ ବ୍ୟାକରଣ ବିଭାଗ ର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଭାବରେ ପରିଚିତ ସେ ଅନେକ ପୁସ୍ତକ ରଚନା କରି ଯଶ୍ଵସୀ ହୋଇଛନ୍ତି l ଏହି ମହାନ ବ୍ୟକ୍ତିଙ୍କ ମୃତ୍ୟରେ ସଂସ୍କୃତ ବିଦ୍ୱାନ ମାନେ ଓ ଶିକ୍ଷl ବିତ ମାନେ ଉପସ୍ଥିତ ହୋଇ ଶଦ୍ଧାଞ୍ଜଳି ଜ୍ଞପନ କରିଥିଲେ l ପୂର୍ବତନ କୁଳ ପତି ଡ. ହରିହର ହୋତା, ପ୍ରଭାତ ରଞ୍ଜନ ମହାପାତ୍ର, ପ୍ରଫେସର ପ୍ୟାରୀମୋହନ ପଟ ନାୟକ, ଡ. ବଳରାମ ଦାଶ, ଡ. ଜଗବନ୍ଧୁ ମିଶ୍ର,ଯୁଝିଷ୍ଟିର ସାହୁ, ପ୍ରଫେସର ବସନ୍ତ କୁମାର ମିଶ୍ର,ଡ. ଗୋବିନ୍ଦ ଚନ୍ଦ୍ର କର, ପ୍ରଫେସର ଜୟ କୃଷ୍ଣ ମିଶ୍ର, ପ୍ରଫେସର ଅନୁପମା ପୃଷ୍ଟି, ଡ. ଲଷ୍ମୀଧର ପଣ୍ଡା ତଥା ଶ୍ରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ସଦାଶିବ କେନ୍ଦ୍ରୀୟ ବିଶ୍ଵବିଦ୍ୟା ଳୟ ପରିସର,ନୀଳାଚଳ ନାରାୟଣ ସଂସ୍କୃତ ମଜବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ବେଦକର୍ମ କାଣ୍ଡ ମହାବିଦ୍ୟାଳୟଏବଂ ଅନେକ ଶିକ୍ଷବିତ ଉପସ୍ଥିତ ରହି ଶୋକ ବ୍ୟକ୍ତ କରି ଶ୍ରଦ୍ଧା ଞ୍ଜଳି ଜ୍ଞାପନ କରିଥିଲେ ଶବ ନିକଟରେ ପୁତ୍ର ଇଞ୍ଜିନିଅର ଚିନ୍ମୟ କୁମାର ପlଢ଼ି କନ୍ୟା ଓ ଜାମାତା ଓ ପୁତ୍ର ଉପସ୍ଥିତ ଥିଲେ ! ପ୍ରକାଶ ଥାଉକି ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ର ପୂର୍ବତନ ଚେୟାରମ୍ୟାନ ରୂପେ ମହାବିଦ୍ୟାଳୟ ର ଅନେକ ବିକାଶ ମୂଳକ କାର୍ଯ୍ୟକ୍ରମ କରିଥିଲେ !


What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)