ବଜ୍ରାଘାତ ରେ ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ପଦ୍ମପୁର ଗ୍ରାମର 22ବର୍ଷ ର ଯୁବକ ଲିପୁ ସାହୁଙ୍କ ମୃତ୍ୟୁ

Sep 16, 2026 - 21:37
Updated: 1 month ago
0 55
ବଜ୍ରାଘାତ ରେ ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ପଦ୍ମପୁର ଗ୍ରାମର 22ବର୍ଷ ର ଯୁବକ ଲିପୁ ସାହୁଙ୍କ ମୃତ୍ୟୁ

ଆନନ୍ଦପୁର ମୁନିସିପାଲିଟି ପଦ୍ମପୁର ପଣ୍ଡାସାହିର ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁଙ୍କ ପୁତ୍ର ଲିପୁ ସାହୁ (୨୨)ଙ୍କ ବଜ୍ରାଘାତରେ ଅକାଳ ବିୟୋଗ !

କଳିଙ୍ଗ ସମ୍ବାଦ /ସତ୍ୟ ଦାସ /ଆନନ୍ଦପୁର 

ମାତ୍ର ୨୨ ବର୍ଷ ବୟସରେ ଲିପୁଙ୍କ ଏଭଳି ଅକାଳ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ।

ବଜ୍ରପାତ ଭଳି ପ୍ରାକୃତିକ ବିପଦରେ ମୂଲ୍ୟବାନ ଜୀବନ ହାନିକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଆଗୁଆ ସତର୍କ ସୂଚନା, ଗ୍ରାମ ଓ ସହରାଞ୍ଚଳରେ ସଚେତନତା ଏବଂ ପ୍ରତିରୋଧମୂଳକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବା ଆବଶ୍ୟକ। ସେହିପରି ମୃତକଙ୍କ ପରିବାରକୁ ସରକାରୀ ନିୟମାନୁସାରେ ତୁରନ୍ତ ଅନୁଗ୍ରହ ସହାୟତା ପ୍ରଦାନ କରାଯାଉ।

ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା—ଦିବଙ୍ଗତ ଲିପୁ ସାହୁଙ୍କ ଆତ୍ମାର ସଦଗତି ହେଉ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବା ପାଇଁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।

ଓଁ ଶାନ୍ତି 🙏🏻

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User