ଭଞ୍ଜନଗର ରେ ଘୁମୁସର ଦିବସ ପାଳନ

Sep 12, 2026 - 20:30
0 28
ଭଞ୍ଜନଗର ରେ ଘୁମୁସର ଦିବସ ପାଳନ

ଭଞ୍ଜନଗର ରେ ଘୁମୁସର ଦିବସ ପାଳନ।

ଭଞ୍ଜନଗର -୧୧-୦୯-କଳିଙ୍ଗ ସମ୍ବାଦ (ମାଗୁଣି ମିଶ୍ର ) : ୧୮୭୦ ସାଲ ସେପ୍ଟେମ୍ବର ମାସ ୧୧ ତାରିଖରେ ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକାଠି କରିବା ପାଇଁ ସେତେବେଳର ଘଡିସନ୍ଧି ମୁହୁର୍ତ୍ତରେ ପ୍ରଥମ କରି ଓଡ଼ିଆ ଭାଷାକୁ ରାଜଭାଷାର ମାନ୍ୟତା ଦାବି କରି ଘୁମୁସର କାନକୁଟୁରର ଜନାର୍ଦ୍ଦନ ଦାସଙ୍କ ଆବାହକତ୍ୱରେ ରସୂଲକୋଣ୍ଡାର ଦୀନବନ୍ଧୁ ପଟ୍ଟନାୟକ, କାଟିଗାଂର ରାଜା ଭେଙ୍କଟେଶ ଦେଓ ଓ ଅନ୍ୟମାନଙ୍କ ସହଯୋଗରେ, ଏହିସବୁ ଜମିଦାର ମାନେ ବା ମହାନ୍ ପୁରୁଷମାନେ ରସୁଲକୋଣ୍ଡା ବର୍ତ୍ତମାନର ଭଞ୍ଜନଗର ମେଇନ୍ ରୋଡ଼ ଠାକୁରାଣୀ ପଡିଆ ଠାରେ ବିରାଟ ସମାବେଶ କରାଇ ଓଡ଼ିଶା ଇତିହାସରେ ସର୍ବପ୍ରଥମେ ଉଦ୍ଧାମ ସ୍ବର ଉତ୍ତୋଳନ କରିଥିଲେ। ସେହି ଐତିହାସିକ ସ୍ମୃତିକୁ ଜାଗରୁକ୍ ରଖିବା ନିମନ୍ତେ ପ୍ରତ୍ୟେକ ବର୍ଷ ଏହି ଦିବସକୁ ସେପ୍ଟେମ୍ବର ମାସ ୧୧ ତାରିଖରେ ଗଞ୍ଜାମ ତଥା ସାରା ଓଡ଼ିଶାରେ "ଘୁମୁସର ଦିବସ" ରୁପେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ସହର ର ଅଗ୍ରଣୀ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ଠାରେ ଘୁମୁସର ଦିବସ ପାଳନ ହୋଇଥିଲା।ଅତିଥିମାନେ ଘୁମୁସର ଦିବସର ଇତିହାସ ଓ ଲକ୍ଷ୍ୟ ବିଷୟରେ ସୂଚନା ଦେଇଥିଲେ।ଅନୁଷ୍ଠାନ ତରଫରୁ ଘୁମୁସର ଦିବସକୁ ସରକାରୀ ମାନ୍ୟତା ଦାବିରେ ହସ୍ତାକ୍ଷର ଅଭିଯାନ ସହ ଚକରା ବିଷୋୟୀ ଛକ ଠାରେ ଜନ ସାଧାରଣ ଙ୍କୁ ବିସ୍କୁଟ ପକେଟ ବଣ୍ଟନ କରାଯାଇଛି। ସେହିପରି ଘୁମୁସର ବିକାଶ ପରିଷଦ ଓ ବରିଷ୍ଠ ନାଗରିକ ମଞ୍ଚ ଭଳି ଅନେକ ଅନୁଷ୍ଠାନ ତରଫରୁ ଘୁମୁସର ଦିବସ ପାଳନ ହୋଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User