ତିନି ମହଲା କୋଠାରୁ ଡେଇଁ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ଆତ୍ମହତ୍ୟା ଉଦ୍ୟମ

ତିନି ମହଲା କୋଠା ଉପରୁ ଆତ୍ମହତ୍ୟା ଉଦ୍ୟମ, ଅଗ୍ନିସମ କର୍ମଚାରୀ ଉଦ୍ଧାର..
ସତ୍ୟ ଦାସ /କଳିଙ୍ଗ ସମ୍ବାଦ / କେନ୍ଦୁଝର
Dt-12/09/26
Anandapur /Ghadipura
ଆନନ୍ଦପୁର ଉପଖଣ୍ଡ ଘସିପୁରା ଅଗ୍ନିସମ ବାହିନୀ କାର୍ଯ୍ୟାଳୟର ତିନି ମହଲା କୋଠା ଉପରୁ ଜଣେ ଅଗ୍ନିସମ ବାହିନୀ କର୍ମଚାରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। କର୍ମଚାରୀ ଜଣକ ହେମାନନ୍ଦ ଦେହୁରୀ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ହେମାନନ୍ଦ ତିନି ମହଲା କୋଠା ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଓ ଅଗ୍ନିସମ ବାହିନୀ ପକ୍ଷରୁ ତାଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଇଥିଲା।
ଚାକିରି କ୍ଷେତ୍ରରେ ଜଣେ ଅଗ୍ନିସମ ଅଧିକାରୀଙ୍କ ନିର୍ଯାତନା ଯୋଗୁଁ ସେ ମାନସିକ ଚାପରେ ଥିବା ଏବଂ ଏହି କାରଣରୁ ଏଭଳି ପଦକ୍ଷେପ ନେଇଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି। ତେବେ ଏହି ଅଭିଯୋଗର ସତ୍ୟତା ସମ୍ପର୍କରେ ପୁଲିସ କିମ୍ବା ବିଭାଗ ପକ୍ଷରୁ ଅଧିକାରିକ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର କାରଣ ନେଇ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହେବ।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)