ଅଙ୍ଗନ କା ଉତ୍ସବ ର ଶେଷ ଦିନରେ କଳାହାଣ୍ଡି ଜିଲ୍ଲା ଉତ୍ସବ ମୁଖର

Sep 29, 2026 - 21:40
0 56
ଅଙ୍ଗନ କା ଉତ୍ସବ ର ଶେଷ ଦିନରେ କଳାହାଣ୍ଡି ଜିଲ୍ଲା ଉତ୍ସବ ମୁଖର

*ଆଙ୍ଗନ କା ଉତ୍ସବର ଶେଷ ଦିନରେ ଉତ୍ସବମୁଖର କଳାହାଣ୍ଡି*

*୨୩୭୭ ଅଙ୍ଗନବାଡ଼ି କେନ୍ଦ୍ରରେ ବିଭିନ୍ନ କାର୍ଯ୍ୟକ୍ରମ; ରେସିପି ପ୍ରତିଯୋଗୀ ପୁରସ୍କୃତ, କର୍ମୀ ଓ ଆଶା କର୍ମୀ ସମ୍ମାନିତ*

କଳାହାଣ୍ଡି/କଳିଙ୍ଗ ଦର୍ପଣ (କବିରାଜ ଦୁର୍ଗା)ଭବାନୀପାଟଣା, ୨୯/୦୯/୨୦୨୬: ‘ସେବା ସଙ୍କଳ୍ପ ଅଭିଯାନ’ ଅବସରରେ ଆୟୋଜିତ ତିନିଦିନିଆ ‘ଆଙ୍ଗନ କା ଉତ୍ସବ’ର ଶେଷ ଦିନରେ କଳାହାଣ୍ଡି ଜିଲ୍ଲାର ୧୪ଟି ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ୨୩୭୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ବିଭିନ୍ନ ସଚେତନତାମୂଳକ, ପୁଷ୍ଟିକର ଓ ସମୁଦାୟଭିତ୍ତିକ କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଛି।

ଏହି ଅବସରରେ ମହିଳା ଓ ଶିଶୁଙ୍କ ପାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ସେବା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା। ବିଭିନ୍ନ ଯୋଜନାରୁ ଉପକୃତ ହୋଇଥିବା ହିତାଧିକାରୀଙ୍କ ୬୦ ସେକେଣ୍ଡର ଅନୁଭୂତିମୂଳକ ଭିଡିଓ ରେକର୍ଡ କରାଯାଇ ଯୋଜନାଗୁଡ଼ିକର ସୁଫଳ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।

ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ସେବାରେ ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟିକା ଓ ଆଶା କର୍ମୀଙ୍କ ଅବଦାନକୁ ସ୍ୱୀକୃତି ଦିଆଯାଇଥିଲା। ସେମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଫଳ ବାସ୍କେଟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

‘ଆଙ୍ଗନ କା ଉତ୍ସବ’ର ପ୍ରଥମ ଦିନରେ ଆୟୋଜିତ ପୁଷ୍ଟିକର ରେସିପି ପ୍ରସ୍ତୁତି ପ୍ରତିଯୋଗିତାରେ ସଫଳ ପୁରୁଷ ପ୍ରତିଯୋଗୀମାନଙ୍କୁ ଶେଷ ଦିନରେ ଜିଲ୍ଲାପାଳ, କଳାହାଣ୍ଡିଙ୍କ ସ୍ୱାକ୍ଷରିତ ପ୍ରମାଣପତ୍ର ଓ ଫଳ ବାସ୍କେଟ ପ୍ରଦାନ କରାଯାଇଥିଲା। ପରିବାରର ପୁଷ୍ଟି ଓ ଶିଶୁଙ୍କ ସୁସ୍ଥ ବିକାଶରେ ପୁରୁଷମାନଙ୍କ ସକ୍ରିୟ ସହଭାଗିତାକୁ ପ୍ରୋତ୍ସାହିତ କରିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ଥିଲା।

ଏହି ଦିନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ‘ତ୍ରିରଙ୍ଗା ପ୍ଲେଟ୍’ ମାଧ୍ୟମରେ ପୁଷ୍ଟିକର ଭୋଜନ ପରିବେଷଣ କରାଯାଇଥିଲା। ଭାତ, ଡାଲି, ବିଭିନ୍ନ ପନିପରିବା, ଅଣ୍ଡା ଓ ସାଲାଡ୍ ଆଦିକୁ ସାମିଲ କରାଯାଇ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ନେଇ ଶିଶୁ ଓ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ ନିଶାଙ୍କ ମାର୍ଗଦର୍ଶନରେ ଏବଂ SWO, କଳାହାଣ୍ଡି ନିୟତି ବାଲା ସୋରେନ, PO ନମିତା ରାଣୀ ପଲ, PO-cum-PO ସନ୍ଧ୍ୟା ରାଣୀ ନାୟକ ଓ DC Poshan ଅଜୟ ବିହାରଙ୍କ ସମନ୍ୱୟରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏଥିରେ ସମସ୍ତ ୧୪ଟି ପ୍ରକଳ୍ପର CDPO, ଲେଡି ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶା କର୍ମୀ ଓ ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ।

ତିନିଦିନିଆ ‘ଆଙ୍ଗନ କା ଉତ୍ସବ’ ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ, ଅଭିଭାବକ ଓ ସମୁଦାୟ ମଧ୍ୟରେ ସମନ୍ୱୟ ଓ ସହଭାଗିତା ସୁଦୃଢ଼ ହୋଇଛି। ଏଥିସହ ପୁଷ୍ଟି, ସ୍ୱାସ୍ଥ୍ୟ, ପୂର୍ବ-ପ୍ରାଥମିକ ଶିକ୍ଷା ଓ ଶିଶୁଙ୍କ ସାମଗ୍ରିକ ବିକାଶ ନେଇ ଏକ ସକାରାତ୍ମକ ବାର୍ତ୍ତା ପ୍ରସାରିତ ହୋଇଛି।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 1

Comments (0)

User