ଅଚାନକ ଆସିଲା କାଳ ବୈଶାଖୀ... ଉପୁଡିଲା ବଡ଼ ବଡ଼ ଗଛ
Slug -:ଅଚାନକ ବର୍ଷା ସହ ଝଡ଼, ରାସ୍ତାରେ ଉପୁଡ଼ିଲା ବଡ଼ ବଡ଼ ଗଛ
ଛତ୍ରଙ୍ଗରେ ଘର ଉପରେ ପଡ଼ିଲା ବିରାଟ ମହୁଲ ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
Plece --:Harabhanga
Date 18/9
Report -:kuna behera / କଳିଙ୍ଗ ସମ୍ବାଦ
Anchor --:ଅଚାନକ ବର୍ଷା ସାଙ୍ଗକୁ ଝଡ଼ ପବନ ମାଡ଼ି ଆସିବାରୁ ହରଭଙ୍ଗା ବ୍ଲକ୍ ଅଞ୍ଚଳରେ ବ୍ୟାପକ ଭାବେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। କରଞ୍ଜକଟାଠାରୁ ଛତ୍ରଙ୍ଗ ଏବଂ ଚାରିଛକ-କୁସଙ୍ଗ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ରାସ୍ତା ଉପରେ ମାଡ଼ି ପଡ଼ିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଝଡ଼ ପବନର ପ୍ରଭାବରେ ଅନେକ ଗଛର ଡାଳ ଭାଙ୍ଗି ପଡ଼ିଥିବା ମଧ୍ୟ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଛତ୍ରଙ୍ଗ ଗ୍ରାମର ମାନସ ବାରିକଙ୍କ ଘର ନିକଟରେ ଥିବା ଏକ ବିରାଟ ମହୁଲ ଗଛ ଅଚାନକ ଭାଙ୍ଗି ଘର ଉପରେ ପଡ଼ିଥିଲା। ଫଳରେ ଘରର ଛାତ ଓ ଅନ୍ୟାନ୍ୟ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଗଛଟି ଘର ଉପରେ ପଡ଼ିବା ସମୟରେ ପରିବାର ଲୋକେ ଘର ଭିତରେ ଥିଲେ। ତେବେ ସୌଭାଗ୍ୟବଶତଃ କେହି ଆହତ ହୋଇନଥିବା ବେଳେ ଅଳ୍ପକେ ଏକ ବଡ଼ ଅଘଟଣରୁ ପରିବାର ବର୍ତ୍ତି ଯାଇଥିବା ମାନସ ବାରିକ କହିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ଛତ୍ରଙ୍ଗ ସରପଞ୍ଚଙ୍କ ନୋମିନି ସୁଶୀଲ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ତୁରନ୍ତ ଚାରିଛକ ଅଗ୍ନିଶମ ବାହିନୀକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘର ଉପରେ ପଡ଼ିଥିବା ବିରାଟ ମହୁଲ ଗଛକୁ କାଟି ହଟାଇଥିଲେ। ଏହାପରେ ଘରକୁ ଯାତାୟାତ ଓ ଆବଶ୍ୟକ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।
ଅନ୍ୟପକ୍ଷରେ ଝଡ଼ ଓ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ପ୍ରଭାବିତ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।( ବୌଦ୍ଧ ରୁ କୁନା ବେହେରା ଙ୍କ ରିପୋର୍ଟ/ କଳିଙ୍ଗ ସମ୍ବାଦ
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)