ଅଶ୍ଳୀଳ ଫୋଟ ଭାଇରଲ କରି ଯୁବକ ଗିରଫ

Sep 18, 2026 - 14:30
Updated: 1 month ago
0 80
ଅଶ୍ଳୀଳ ଫୋଟ ଭାଇରଲ କରି ଯୁବକ ଗିରଫ

ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଯୁବକ ଗିରଫ

ଆନନ୍ଦପୁର , ୧୭/୦୯ /କଳିଙ୍ଗ ସମ୍ବାଦ (ସତ୍ୟ ଦାସ ): ଘସିପୁରା ଥାନା ପୁଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋକୁ ସମ୍ପାଦନ କରି ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେଇଛି। ଏନେଇ ଘସିପୁରା ଥାନାରେ କେସ୍ ନଂ ୩୨୭, ତାରିଖ ୨୪.୦୯.୨୦୨୩, ଭାରତୀୟ ଦଣ୍ଡ ସଂହିତାର ଧାରା ୩୪୧/୨୯୪/୫୦୯/୫୦୬ ସହ ଆଇଟି ଆକ୍ଟର ଧାରା ୬୬(ସି)/୬୭/୬୭(ଏ) ଅନୁଯାୟୀ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି।

ଅଭିଯୋଗ ଅନୁଯାୟୀ, ଘସିପୁରା ଥାନା ଅଧୀନ କାଠପାଳ ଗ୍ରାମର ଅଭୟ କୁମାର ଜେନାଙ୍କ ପତ୍ନୀଙ୍କ ସମ୍ପର୍କରେ ଅଭିଯୁକ୍ତ ଅନିଲ ଓରଫ ତପସ ପାତ୍ରଙ୍କ ପରିବାର ସହ ଏକ ବିବାହ ସମ୍ପର୍କିତ ପାରିବାରିକ ପ୍ରସଙ୍ଗ ରହିଥିଲା। ଏହାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ପତ୍ନୀଙ୍କ ଫଟୋକୁ ସମ୍ପାଦନ କରି ଅଶ୍ଳୀଳ ରୂପ ଦେଇ ଭାଇରାଲ କରିଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ପରେ ଘସିପୁରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବୈଷୟିକ ବିଶ୍ଳେଷଣ ଓ ମାନବୀୟ ସୂଚନା ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ତାଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ନେଇଛି।

ଅଭିଯୁକ୍ତ ଅନିଲ ଓରଫ ତପସ ପାତ୍ର, ପିତା–ଜଳଧର ପାତ୍ର, ଗ୍ରାମ–ରଗଡ଼ା, ଥାନା–କଳିଙ୍ଗନଗର, ଜିଲ୍ଲା–ଯାଜପୁର ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଏ ସମ୍ପର୍କରେ ଏସ୍‌ଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ସାଇବର ଅପରାଧ ସମ୍ପର୍କିତ ଅଭିଯୋଗର ତଦନ୍ତରେ ବୈଷୟିକ ବିଶ୍ଳେଷଣ ସହ ଅନ୍ୟାନ୍ୟ ତଦନ୍ତ ପ୍ରଣାଳୀର ସହାୟତା ନିଆଯାଇଥାଏ ଏବଂ ଅଭିଯୋଗର ସତ୍ୟତା ଆଧାରରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User