ଡେଡ୍‌ଲାଇନ୍‌ ଭୟରେ ଅନ୍ନଦାତା: ଉମରକୋଟରେ ପଞ୍ଜୀକରଣ ପାଇଁ ରାତି ଅଧରେ ଲ୍ୟାମ୍ପ୍‌ସ ଆଗରେ ଚାଷୀଙ୍କ ଲମ୍ବା ଧାଡ଼ି

ସରକାର ଧାର୍ଯ୍ୟ କରିଥିବା ଅଗଷ୍ଟ ୩୧ ତାରିଖ ପଞ୍ଜୀକରଣ ଡେଡ୍‌ଲାଇନ୍‌ ଶେଷ ହେବାକୁ ବସିଥିବା ବେଳେ ଉମରକୋଟରେ ଚିନ୍ତାଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଘରଦ୍ୱାର ଛାଡ଼ି ରାତି ଅଧରେ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟ ଆଗରେ ଚାଷୀମାନେ ଧାଡ଼ି ବାନ୍ଧି ଅନିଦ୍ରା ରହିବାକୁ ବାଧ୍ୟ ହେଉଛନ୍ତି।

Aug 30, 2026 - 09:35
Updated: 2 months ago
0 8
ଡେଡ୍‌ଲାଇନ୍‌ ଭୟରେ ଅନ୍ନଦାତା: ଉମରକୋଟରେ ପଞ୍ଜୀକରଣ ପାଇଁ ରାତି ଅଧରେ ଲ୍ୟାମ୍ପ୍‌ସ ଆଗରେ ଚାଷୀଙ୍କ ଲମ୍ବା ଧାଡ଼ି

ଉମରକୋଟ- ଗୋପାଳ ପଣ୍ଡା (କଳିଙ୍ଗ ସମ୍ବାଦ): ଆଗକୁ ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣର ସମୟସୀମା ଶେଷ ହେବାକୁ ବସିଥିବା ବେଳେ ଉମରକୋଟ ଅଞ୍ଚଳରେ ଚାଷୀମାନଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ଅଗଷ୍ଟ ୩୧ ତାରିଖକୁ ଅନ୍ତିମ ତାରିଖ (ଡେଡ୍‌ଲାଇନ୍‌) ଘୋଷଣା କରାଯାଇଥିବାରୁ ପଞ୍ଜୀକରଣରୁ ବଞ୍ଚିତ ହେବା ଆଶଙ୍କାରେ ଶହ ଶହ ଚାଷୀ ଘରଦ୍ୱାର ଛାଡ଼ି ରାତି ଅଧରେ ଲ୍ୟାମ୍ପ୍‌ସ (LAMPS) କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ଜମାଉଛନ୍ତି।

ପଞ୍ଜୀକରଣ ପ୍ରକ୍ରିୟାରେ ସର୍ଭର ସମସ୍ୟା, ସମୟର ଅଭାବ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଅନ୍ନଦାତାମାନେ ବାଧ୍ୟ ହୋଇ ରାତି ଅନିଦ୍ରା ହୋଇ ଲାଇନ୍‌ରେ ଛିଡ଼ା ହେଉଛନ୍ତି। ନିଜର ବର୍ଷକର ପରିଶ୍ରମର ଫଳ ବିକ୍ରି କରିବା ଲାଗି ଟୋକନ୍ ପାଇବା ଆଶାରେ କୃଷକମାନେ ରାତି ଅଧରେ ମଧ୍ୟ ଘରକୁ ନ ଫେରି ଲ୍ୟାମ୍ପ୍‌ସ ପରିସରରେ ଜଗି ରହୁଥିବା ଦେଖିବାକୁ ମିଳିଛି। ଏପରିକି ବୃଦ୍ଧ ଓ ଦୂରଦୂରାନ୍ତରୁ ଆସିଥିବା ଚାଷୀମାନେ ଖୋଲା ଆକାଶ ତଳେ ରାତି କାଟୁଥିବା ଅଭିଯୋଗ ହେଉଛି।

ସରକାର ତୁରନ୍ତ ଏହି ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରି ପଞ୍ଜୀକରଣ ଅବଧିକୁ ବୃଦ୍ଧି କରିବା ସହ ଅଧିକ କାଉଣ୍ଟର ଖୋଲିବା ଏବଂ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି। ନଚେତ୍ ବହୁ ସଂଖ୍ୟାରେ ପ୍ରକୃତ ଚାଷୀ ସରକାରୀ ଧାନ କ୍ରୟ ପ୍ରକ୍ରିୟାରୁ ବାଦ୍ ପଡ଼ିବାର ଆଶଙ୍କା ଦେଖାଦେଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User