ତରଭା ସ୍କୁଲରେ ଗୁରୁ ଦିବସ ରେ ଗୁରୁ ପୂଜନ କାର୍ଯ୍ୟକ୍ରମ

Sep 05, 2026 - 16:11
0 81
ତରଭା ସ୍କୁଲରେ ଗୁରୁ ଦିବସ ରେ ଗୁରୁ ପୂଜନ କାର୍ଯ୍ୟକ୍ରମ

ତରଭା ସ୍କୁଲରେ ଗୁରୁ ପୂଜା

#କଳିଙ୍ଗ ସମ୍ବାଦ #keonjhar #Satya Das 

ଜାଗୁଳାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁପୂଜନ ତା୦୫.୦୯.୨୦୨୬ରିଖ ଶନିବାର ଅନୁଷ୍ଠିତ ହୋଇ ଯାଇଅଛି।ପ୍ରାରମ୍ଭରେ ସ୍କୁଲର ଛାତ୍ରଛାତ୍ରୀ ସ୍କୁଲରଶିକ୍ଷକଙ୍କୁ ଫୁଲଚନ୍ଦନଧୂପଦୀପରେ ବନ୍ଦାପନା କରି ଗୁରୁବନ୍ଦନା ଗାନ କରିଥିଲେ। ପରେ ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ସ୍କୁଲପରିଚାଳନାକମିଟର ସଭାପତି ବିଜୟ କୁମାର ପାଣି ମୁଖ୍ୟଅତିଥି ଥିବାବେଳେ ମୁଗୁପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଆକାଶ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।ସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବୈକୁଣ୍ଠନାଥ ପଣ୍ଡା, ଶ୍ରୀଯୁକ୍ତ ଘନଶ୍ୟାମ ଯେନା, ଶ୍ରୀଯୁକ୍ତ ବଳରାମ ଓଝା, ଶ୍ରୀଯୁକ୍ତ ନାରାୟଣ ସେଠୀ ଙ୍କୁ ଆମନ୍ତ୍ରଣ କରାଯାଇ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାର ଆରମ୍ଭରେ ବିଶ୍ଵଗୁରୁ ଜଗନ୍ନାଥ ଏବଂ ରାଷ୍ଟ୍ରଗୁରୁ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ତୈଳଚିତ୍ରରେ ଧୂପଦୀପ ଅର୍ପଣ ପୂର୍ବକ ଅତିଥିମାନଙ୍କ ଦ୍ବାରା ସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶିକ୍ଷକ ପ୍ରଶାନ୍ତ କୁମାର କର ଓ ଧନ୍ୟବାଦାର୍ପଣ କରିଥିଲେ ଶିକ୍ଷକ ଶତୃଘନ ସାହୁ। ମଞ୍ଚାସିନ ଅତିଥିମାନେ ବହୁଦିନ ପରେ ଏହି ସ୍କୁଲରେ ଏକାଠୀ ହୋଇଥିବାରୁ ନିଜନିଜ ସ୍ମୃତି ବଖାଣିବା ସହ ଗୁରୁମାନଙ୍କର ଆଶୀର୍ବାଦ କିପରି ଭଲ ମଣିଷ ହେବାପାଇଁ ବାଟ ଦେଖାଏ ତାହା ସୁନ୍ଦର ଭାବେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।ଏହି ଅବସରରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ମାନସ କୁମାର ଯେନା ଉପସ୍ଥିତ ରହି ଆତ୍ମବିଶ୍ଵାସୀ ହେବାପାଇଁ ଶିଶୁମାନଙ୍କୁ କହିଥିଲେ।ଶିକ୍ଷକ ଖଗେଶ୍ବର ସାହୁ,ଶରତମଲ୍ଲିକ, କମିଟିସଦସ୍ୟ ବିଶ୍ଵନାଥପଣ୍ଡା, ରମେଶଯେନା, ବର୍ଷାଯେନା,କୁଳମଣିପତି,ରଶ୍ମିତାପଣ୍ଡା, ନିରୁପମାପଣ୍ଡା,ରିନାରାଣିଯେନା,ସୁଭଦ୍ରାଯେନା,ସଞୁଲତାସାହୁ,ବାସନ୍ତିସେଠୀ,ତ୍ରୀଲୋଚନସେଠୀ,ମଞ୍ଜୁଲତାପତି,ହିରାରାଣିପଣ୍ଡା, ବିନୋଦିନୀପଣ୍ଡା,ଝୁନୁବତୀପଣ୍ଡା, ଭାସ୍କରଯେନା,ବିଦ୍ୟାଧରପତି ଓ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User