ପାତାଳପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳନ

Sep 05, 2026 - 21:23
0 34
ପାତାଳପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳନ

ପାତଳପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ମହା ଆଡମ୍ବରରେ ପାଳିତ

ମୁରିବାହାଲ:୫/୦୯( କଲିଙ୍ଗ ସମ୍ବାଦ, ରାଜୀବ ମହାନ୍ତି)ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ପାତଳପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁଦିବସ ମହା ଆଡମ୍ବର ସହକାରେ ଶନିବାର ପାଳିତ ହୋଇଯାଇଛି !

ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଆନନ୍ଦ ସିଂ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ କନକଳତା ସିଂ ମାଝୀ ଶ୍ରୀ ମାଝୀ ଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଉତ୍ତମ ଗୁରୁ ପରମ୍ପରା ଓ ଭାରତୀୟ ସଂସ୍କୃତି ବିଷୟରେ ମାର୍ଗଦର୍ଶନ କରି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ,କାର୍ଯ୍ୟକ୍ରମରେ ଶିକ୍ଷକ ବିଦ୍ୟାଧର କୁଅଁର ଶିକ୍ଷୟିତ୍ରୀ କୀର୍ତ୍ତିମୟୀ ରଣା,ଶିଶୁ ସହାୟିକା କ୍ଷମାବତୀ ମାଝୀ ,ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ପୂଜନ କରିଥିଲେ ।ଗୁରୁଦିବସ ପାଳିତ ହୋଇଯାଇଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User