ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ଗୁରୁତର: ତଳକୁ ଝୁଲୁଥିଲା ୧୧ କେଭି ସଂଯୋଗ ତାର
ଅମ୍ବାଦଳା,ରାୟଗଡା (କଳିଙ୍ଗ ଦର୍ପଣ ): ରଜତ ତ୍ରିପାଠୀ //


ଅମ୍ବାଦଳା ଥାନା ଅନ୍ତର୍ଗତ ଅନଯୋଡ଼ି ଗ୍ରାମର ଯୁବକ ଶୁଭ ଅନ୍ଦକିଆ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି। ସେ ସୁନାଖୁଟି ଗ୍ରାମରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଶୁଭା ଗାଈ ଚରାଇବାକୁ ଯାଇଥିବା ବେଳେ ଏକ ଖୋଲା ପଡ଼ିଆରେ ତଳକୁ ଝୁଲି ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଡାକ୍ତରଙ୍କ ସୂଚନା ମୁତାବକ, ତାଙ୍କ ପିଠିର ପ୍ରାୟ ୫୦ ପ୍ରତିଶତ ଅଂଶ ସହ ଗୋଟିଏ ହାତର ପାପୁଲି ଗୁରୁତର ଭାବେ ପୋଡ଼ିଯାଇଛି।
ଅନ୍ୟପକ୍ଷରେ, ଘଟଣାସ୍ଥଳ ଯାଞ୍ଚ ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏକ ପୁରୁଣା ଅଚଳ ଲାଇନ୍ର ତାରକୁ କେହି ଦୁର୍ବୃତ୍ତ ଚୋରି କରି କାଟି ନେଇଥିଲେ। ଫଳରେ ଉକ୍ତ ତାରର ଅବଶିଷ୍ଟ ଅଂଶଟି ପାଖରେ ଯାଇଥିବା ମୁଖ୍ୟ ୧୧ କେଭି ଲାଇଭ୍ ତାର ଉପରେ ପଡ଼ି ତଳକୁ ଝୁଲି ରହିଥିଲା। ଏହି ତାରରେ ବିଦ୍ୟୁତ୍ ପ୍ରବାହିତ ହେଉଥିବା ବେଳେ ଶୁଭ ଅଜାଣତରେ ଏହାର ସଂସ୍ପର୍ଶରେ ଆସି ଯାଇଥିଲେ। ଘଟଣା ପରେ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀ ପହଞ୍ଚି ଉକ୍ତ ତାରକୁ କାଟି ଲାଇନ୍ ସଫା କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)