ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କେବଳ ମୋବାଇଲ ରେ ଯାହା... ଲୋକଙ୍କ ପାଖରେ ପଂହଁଚୁନି ସୁବିଧା
**ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କେବଳ ହ୍ବାଟସ୍ଆପ ରେ ପ୍ରଚାର ସୀମିତ, ସାଧାରଣ ଲୋକଙ୍କ ନିକଟକୁ ପହଁଞ୍ଚୁନୀ ସୂଚନା**
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଦିଗାପୁର ପଞ୍ଚାୟତ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କରିବା ସପ୍ତାହ ପୂର୍ବରୁ କୁନ୍ଦୁରା ବ୍ଲକର 16 ଟି ପଞ୍ଚାୟତ ରେ ରହିଥିବା ଗାଁ ଗହଳି ମାନଙ୍କରେ ଡାକବାଜି ମାଧ୍ୟମରେ ସୂଚନା ଯୋଗାଇବା କଥା l ପୂର୍ବରୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକୁ ଲୋକଙ୍କ ନିକଟରେ ସୂଚନା ପହଁଞ୍ଚାଇବା ପାଇଁ ଡାକବାଜି ଦ୍ୱାରା ଗାଁ ଗହଳି ବୁଲି ସୂଚନା ଦିଆଯାଉଥିଲା l କେବଳ ସେତିକି ନୁହଁ ପ୍ରତେକ ପଞ୍ଚାୟତ ସ୍ତରରେ ସରପଞ୍ଚ, ୱାର୍ଡ ମେମ୍ବର ମାନଙ୍କୁ ମଧ୍ୟ ଦାଇତ୍ୱ ଦିଆ ଯାଉଥିଲା କି ସେମାନେ ନିଜ ନିଜ ଅଞ୍ଚଳ ର ହିତାଧିକାରୀଙ୍କୁ ସୂଚନା ଯୋଗାଇବେ l ଆଉ କିଛି କ୍ଷେତ୍ରରେ ଗାଁ ଗହଳି ରେ ସୂଚନା ପତ୍ର ମଧ୍ୟ ଲଗାଯାଉଥିଲା l ବର୍ତମାନ କୁନ୍ଦୁରା ବ୍ଲକର ପ୍ରାୟତଃ କାର୍ଯ୍ୟକ୍ରମ ଯାହା ଲୋକାଭିମୁଖୀ ହେଉ କିମ୍ବା ସରକାରୀ କର୍ମଚାରୀ ସ୍ତରୀୟ ସବୁ କେବଳ ହ୍ବାଟସ୍ଆପ ରେ ସୀମିତ ହୋଇ ରହିଯାଇଛି l କେତେବେଳେ ସାଧାରଣ ଲୋକଙ୍କ ପ୍ରଶ୍ନରୁ ବଞ୍ଚିବା ପାଇଁ କୌଣସି ଗୋଟେ ଖବର କାଗଜ ରେ ଏକ ଛୋଟିଆ ଵିଜ୍ଞାପନ ଦେଇ ନିଜର ଦାଇତ୍ୱ ପୂରଣ ହୋଇଥିବା ଦର୍ଶାଉଛି କୁନ୍ଦୁରା ବ୍ଲକ ପ୍ରଶାସନ l କୁନ୍ଦୁରା ବ୍ଲକ ଏକ ଅନୁର୍ନ୍ନତ ଅଞ୍ଚଳ ହୋଇଥିବା ବେଳେ କୁନ୍ଦୁରା ସଦର ତଥା ଅଳ୍ପ କିଛି ଆଖପାଖ ଅଞ୍ଚଳ କୁ ହିଁ କିଛି ଖବର କାଗଜ ପହଞ୍ଚୁଛି l ସେହି ଭଳି କୁନ୍ଦୁରା ବ୍ଲକର ଅଧିକାଂଶ ପଞ୍ଚାୟତ ତଥା ଗାଁ ଗହଳିରେ କୌଣସି ମୋବାଇଲ ନେଟୱାର୍କ ର ସୁବିଧା ନାହିଁ l ଏମିତିକି କୁନ୍ଦୁରା ସଦର ମହାକୁମ୍ମା ରେ ବି ଅଧିକାଂଶ ସମୟରେ ନେଟୱାର୍କ ରହୁନାହିଁ l ଏମିତି କା ପରିସ୍ଥିତିରେ ହ୍ୱାଟ୍ସଆପ ଓ ପେପର ରେ ଵିଜ୍ଞାପନ ଦ୍ୱାରା କୁନ୍ଦୁରାର 16 ଟି ପଞ୍ଚାୟତ ର ସର୍ବସାଧାରଣ ଙ୍କ ନିକଟକୁ ସୂଚନା କେଉଁଭଳି ଭାବେ ପହଁଞ୍ଚିଥିବ ତାହାକୁ ନେଇଁ କୁନ୍ଦୁରା ବ୍ଲକର ସମାଜସେବୀ, ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ସମାଲୋଚନା କରିବା ସହ କୁନ୍ଦୁରା ବ୍ଲକ ପ୍ରଶାସନ ର ମନ୍ମମୁଖୀ କାର୍ଯ୍ୟକଳାପ କୁ ନିନ୍ଦା କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି l କୁନ୍ଦୁରା ବ୍ଲକର ଅଧିକାଂଶ ଗ୍ରାମାଞ୍ଚଳ ରେ ଶାରୀରିକ ଅକ୍ଷମ, ଦିବ୍ୟାଙ୍ଗ ମାନେ ରହିଛନ୍ତି କିନ୍ତୁ ସଠିକ ସୂଚନା ନମିଳିବା ଯୋଗୁଁ ସେମାନେ ନିଜ ଅଞ୍ଚଳରେ ହେଉଥିବା ଶିବିର କୁ ଆସିପାରୁ ନାହାନ୍ତି l ସରକାର ଙ୍କ ନିର୍ଦେଶ ଓ ଉଚ୍ଚ କତୃପକ୍ଷ ଙ୍କ ନିକଟରେ କାର୍ଯ୍ୟକାରିତା ଦେଖାଇବା ଉଦେଶ୍ୟରେ ବର୍ତମାନ କୁନ୍ଦୁରା ବ୍ଲକ ପ୍ରଶାସନ କେବଳ ପ୍ରହସନ କରିଚାଲିଛି କୌଣସି ଆନ୍ତରିକତା ଦେଖାଯାଉନାହିଁ ବୋଲି ସ୍ଥାନୀୟ ସାଧାରଣ ଲୋକ କହିଛନ୍ତି l
6 ମାସ ରେ ଥରେ ଆୟୋଜିତ ହେଉଥିବା ପଞ୍ଚାୟତ ସମିତି ବୈଠକ ବିଫଳ ହେଲା l ସାମ୍ବାଦିକ ମାନେ ସମ୍ମୁହିକ ବୈଠକ ବର୍ଜନ କଲେ l ସରପୋଞ୍ଚ ଓ ସମିତି ସଭ୍ୟ ମାନେ ମଧ୍ୟ ବ୍ଲକ ପ୍ରଶାସନ ର ମନମ୍ମୁଖୀ ଓ ଏକ ଛାଟିଆ ମନବୃତ୍ତି କୁ ବିରୋଧ କରି ହଟଗୋଳ କରି ବୈଠକ ବର୍ଜନ କରିଥିଲେ l ସେତିକି ରେ ବ୍ଲକ ପ୍ରଶାସନ ଚେତା ଫେରି ପାଇନି ଯେ ଆଜିର ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କୁ ମଧ୍ୟ କେବଳ କାମଚଳା ଭାବେ କରାଯାଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ଯୋର ଧରିଛି l କୁନ୍ଦୁରା ବ୍ଲକ ପ୍ରଶାସନ ର ଏହି ଭଳି ମନ୍ମମୁଖୀ ଓ ଅହଙ୍କାରୀ କାର୍ଯ୍ୟକଳାପ କୁ ଜିଲ୍ଲାପ୍ରଶାସ ତୁରନ୍ତ ହସ୍ତକ୍ଷେପ କରି ଏଥିରେ ସୁଧାର ଆଣିବା ଆବଶ୍ୟକ l କୁନ୍ଦୁରା ବ୍ଲକ ପ୍ରଶାସନ ବିରୁଦ୍ଧରେ ସାଧାରଣ ଲୋକଙ୍କ ଭିତରେ ଏବଂ ସ୍ଥାନୀୟ ଜନପ୍ରତିନିଧି ଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି କେତେବେଳେ ଏହା ଏକ ବିଦ୍ରୋହ ର ରୂପ ନେଇପାରେ ବୋଲି ସାଧାରଣ ରେ ଚର୍ଚ୍ଚା ଯୋର ଧରିଛି l
କୁନ୍ଦୁରାରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)