ମାଲିକ ଟ୍ରକ ରୁ 400ବସ୍ତା ଚାଉଳ ଚୋରୀ କରି ବନ୍ଧା ହେଲା ଡ୍ରାଇଭର
*୪୦୦ ବସ୍ତା ଚାଉଳ ଚୋରୀ, ନିଜେ ଡ୍ରାଇଭର ହିଁ ଭିଆଇଛି କାଣ୍ଡ*!
ନର୍ଲା-୧୨/୦୯/୨୦୨୬(*ଗଙ୍ଗାରାମ ସୁନାଙ୍କରିପୋର୍ଟ*)
ଗତ ୩ ସେପ୍ଟେମ୍ବର ଗୁରୁବାର ଦିନ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ୍ ଜିଲ୍ଲାର ଏକ ରାଇସ୍ ମିଲ୍ ରୁ ଗୋଟେ ୧୬ଚକିଆ ଟ୍ରକ୍ ୮୦୦ ବସ୍ତା ଚାଉଳ ବୋଝଇ ବିଶାଖାପାଟଣା ଯିବାକୁ ବାହାରିଥିଲା। କିନ୍ତୁ, ନର୍ଲା ଥାନା ଅନ୍ତର୍ଗତ ଛତିକୁଡ଼ା ଛକରେ ଉକ୍ତ ଟ୍ରକ୍ ଟି ଦୀର୍ଘ ସମୟ ଧରି ଠିଆ ହୋଇ ଥିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରି ଟ୍ରକ୍ ମାଲିକଙ୍କୁ ସୂଚନା ଦେଇଥିଲେ।
ସୂଚନା ପାଇ ଟ୍ରକ୍ ମାଲିକ ଶ୍ରୀ ସୁନୀଲ ପଟେଲ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ, ଟ୍ରକ୍ ର ଡ୍ରାଇଭର ନାହିଁ ଏବଂ ୪୦୦ ବସ୍ତା ଚାଉଳ ମଧ୍ୟ ନାହିଁ।
ଏହାପରେ ଗାଡ଼ି ମାଲିକ ଶ୍ରୀ ପଟେଲ ନର୍ଲା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ।
ସେହି ଅଭିଯୋଗର ଆଧାରରେ ନର୍ଲା ଥାନା ଅଧିକାରୀ ଶ୍ରୀଯୁକ୍ତ କୈବଲ୍ୟ ସେଠଙ୍କ ନେତୃତ୍ୱରେ ନର୍ଲା ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ପୋଲିସର ସୂଚନା ଅନୁଯାୟୀ ଉକ୍ତ ଟ୍ରକ୍ ଡ୍ରାଇଭର ଶ୍ରୀ ରାଜେନ୍ଦ୍ର କୁମାର ସାହୁ ୬ ସେପ୍ଟେମ୍ବର ରବିବାର ଦିନ ନୁଆଁପଡ଼ା ଜିଲ୍ଲାର ଦଲଦଲି ଗାଁ ସ୍ଥିତ ଏକ ରାଇସ୍ ମିଲ୍ ରେ ୪୦୦ବସ୍ତା ଚାଉଳ ବିକ୍ରି କରିଦେଇ ଛୁ ମାରିଥିଲେ।
କିନ୍ତୁ ତଦନ୍ତକାରୀ ପୋଲିସ ଟିମ୍ ଉକ୍ତ ଚୋର ଡ୍ରାଇଭରଙ୍କୁ ଗିରଫ କରିବାରେ ସଫଳ ହୋଇ କୋର୍ଟ ଚଲାଣ କରିବାର ସହିତ ୧୦୦ ବସ୍ତା ଚାଉଳ ମଧ୍ୟ ଉଦ୍ଧାର କରିଛି।
What's Your Reaction?
Like
2
Dislike
0
Love
2
Funny
0
Wow
1
Sad
0
Angry
0
Comments (0)