NSS ର ସାତ ଦିନିଆ ଶୀତ କାଳୀନ ଶିବିର

Nov 02, 2026 - 18:28
0 45
NSS ର ସାତ ଦିନିଆ ଶୀତ କାଳୀନ ଶିବିର

**ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ NSSର ସାତଦିନିଆ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍‌ଘାଟିତ**

କଳିଙ୍ଗ ଦର୍ପଣ //କୋରାପୁଟ 

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ରେ ସମାଜସେବା ଓ ଜନସଚେତନତାର ବାର୍ତ୍ତା ନେଇ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା (NSS) ଆନୁକୂଲ୍ୟରେ ସାତଦିନିଆ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବିଦ୍ୟାଳୟର ୫୦ ଜଣ ସ୍ୱେଚ୍ଛାସେବୀ ଉତ୍ସାହ ଓ ଆଗ୍ରହର ସହ ଯୋଗଦାନ କରିଥିଲେ।

ଶିବିରର ପ୍ରଥମ ଦିନରେ ଏକ ଉଦ୍‌ଘାଟନୀ ସଭାର ଆୟୋଜନ କରାଯାଇଥିଲା। ଏଥିରେ ନିକଟସ୍ଥ ତହସିଲଦାର ଶ୍ରୀ ବିନୋଦ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ DNO ଶ୍ରୀ ସୁଶାନ୍ତ କୁମାର ବେହେରା ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀତା ରାଣୀ କରଣ ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।

NSS କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ, ଶୃଙ୍ଖଳା, ସହଯୋଗ ଓ ସାମାଜିକ ଦାୟିତ୍ୱବୋଧ ଜାଗ୍ରତ କରିବାର ଏକ ଉତ୍ତମ ମାଧ୍ୟମ ବୋଲି ମତ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ NSSର କାର୍ଯ୍ୟକ୍ରମ ଅଧିକାରୀ (PO) ଶ୍ରୀ ଦୁର୍ଗା ମାଧବ ଦାଶ ଶିବିରର ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ସେ ସ୍ୱେଚ୍ଛାସେବୀମାନଙ୍କୁ NSSର ଲକ୍ଷ୍ୟ, ଉଦ୍ଦେଶ୍ୟ, କାର୍ଯ୍ୟପ୍ରଣାଳୀ ଓ ସମାଜ ପ୍ରତି ରହିଥିବା କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।ଏହି ସାତଦିନିଆ ସ୍ୱତନ୍ତ୍ର ଶିବିର ମାଧ୍ୟମରେ ସ୍ୱେଚ୍ଛାସେବୀମାନେ ସାମାଜିକ ସଚେତନତା, ସାମୂହିକ କାର୍ଯ୍ୟ, ସ୍ୱଚ୍ଛତା ଓ ଜନସେବାର ବିଭିନ୍ନ ଦିଗ ସମ୍ପର୍କରେ ଅନୁଭୂତି ହାସଲ କରିବାର ସୁଯୋଗ ପାଇବେ। ଏହା ସେମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଆତ୍ମବିଶ୍ୱାସ ଓ ସମାଜ ପ୍ରତି ସମର୍ପଣ ଭାବନା ବୃଦ୍ଧି କରିବାରେ ସହାୟକ ହେବ।ପରିଶେଷରେ ସ୍ୱେଚ୍ଛାସେବୀ ପ୍ରିୟଙ୍କା ନାହାକ ଉପସ୍ଥିତ ଅତିଥି, ଅଧ୍ୟକ୍ଷା, କାର୍ଯ୍ୟକ୍ରମ ଅଧିକାରୀ ଓ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରର ଏହି ଉଦ୍ୟମ ଛାତ୍ରଛାତ୍ରୀଙ୍କ ମନରେ ସେବା, ସହଯୋଗ ଓ ସମାଜ ଗଠନର ଭାବନାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

କୁନ୍ଦୁରାରୁ ନିରଞ୍ଜନ ପାଣି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User