ନୂତନ କଳାହାଣ୍ଡି DIPRO ମନୋଜ କୁମାର ବେହେରାଙ୍କୁ ‘କଳିଙ୍ଗ ଦର୍ପଣ’ ଓ ‘କଳିଙ୍ଗ ୱେବ୍ ମିଡ଼ିଆ ଇନସାଇଟ୍’ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
କଳାହାଣ୍ଡି ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (DIPRO) ଶ୍ରୀ ମନୋଜ କୁମାର ବେହେରାଙ୍କୁ ସୌଜନ୍ୟମୂଳକ ସାକ୍ଷାତ ସହ ସମ୍ବର୍ଦ୍ଧନା ଜଣାଇଲା ‘କଳିଙ୍ଗ ଦର୍ପଣ’ ଏବଂ ‘କଳିଙ୍ଗ ୱେବ୍ ମିଡ଼ିଆ ଇନସାଇଟ୍’ ପରିବାର।

ଭବାନୀପାଟଣା (କଳିଙ୍ଗ ଦର୍ପଣ ବ୍ୟୁରୋ):
କଳାହାଣ୍ଡି ଜିଲ୍ଲାର ନବନିଯୁକ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (DIPRO) ଶ୍ରୀ ମନୋଜ କୁମାର ବେହେରାଙ୍କୁ ‘କଳିଙ୍ଗ ଦର୍ପଣ’ ଖବରକାଗଜ ତଥା ‘କଳିଙ୍ଗ ୱେବ୍ ମିଡ଼ିଆ ଇନସାଇଟ୍’ ପରିବାର ତରଫରୁ ଏକ ସୌଜନ୍ୟମୂଳକ ସାକ୍ଷାତ କରାଯାଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଏହି ସାକ୍ଷାତକାର କାଳରେ ‘କଳିଙ୍ଗ ଦର୍ପଣ’ ଖବରକାଗଜର ନିୟମିତ ପ୍ରକାଶନ, ପ୍ରସାରଣ ତଥା ‘କଳିଙ୍ଗ ୱେବ୍ ମିଡ଼ିଆ ଇନସାଇଟ୍’ ସଂଗଠନର କାର୍ଯ୍ୟଧାରା ଏବଂ ସାମାଜିକ ଉତ୍ତରଦାୟିତ୍ୱ ସମ୍ପର୍କରେ ଶ୍ରୀ ବେହେରାଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷ କରି ଜିଲ୍ଲାର ବିଭିନ୍ନ ଜନହିତକର ତଥା ଉନ୍ନୟନମୂଳକ କାର୍ଯ୍ୟର ସଠିକ୍ ପ୍ରଚାର ପ୍ରସାର ଏବଂ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବା ଦିଗରେ ନିରପେକ୍ଷ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

ଏହି ସୌଜନ୍ୟମୂଳକ ସାକ୍ଷାତ ଅବସରରେ ‘କଳିଙ୍ଗ ଦର୍ପଣ’ର ରାଜ୍ୟ ସମ୍ପାଦକ ଶ୍ରୀ ରୋହିତ କୁମାର ନିଆଳ ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ପୂର୍ଣ୍ଣେନ୍ଦୁ କୁମାର ମାଝୀଙ୍କ ଔପଚାରିକ ନିଯୁକ୍ତି ପତ୍ର (Appointment Letter) DIPRO ମହୋଦୟଙ୍କୁ ଅବଗତ କରାଇ ପ୍ରଦାନ କରାଯାଇଥିଲା। ଶ୍ରୀ ବେହେରା ସଂଗଠନର ଏହି ପ୍ରୟାସକୁ ପ୍ରଶଂସା କରିବା ସହ ‘କଳିଙ୍ଗ ଦର୍ପଣ’ର ଉତ୍ତରୋତ୍ତର ଉନ୍ନତି କାମନା କରି ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ।

What's Your Reaction?
Like
4
Dislike
0
Love
1
Funny
0
Wow
1
Sad
0
Angry
0
Comments (0)