କୁନ୍ଦୁରା ପଂଚାୟତ ସମିତି ବୈଠକକୁ ସାମ୍ବାଦିକ ଙ୍କ ବିରୋଧ
କୁନ୍ଦୁରା ପଞ୍ଚାୟତ ସମିତି ବୈଠକଙ୍କୁ ସାମ୍ବାଦିକ ସଙ୍ଘ ର ବର୍ଜନ, ବିଡ଼ିଓ ଙ୍କ ମନମୁଖୀ କୁ ବିରୋଧ
କଳିଙ୍ଗ ସମ୍ବାଦ / କୋରାପୁଟ
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ବୈଠକ କକ୍ଷ୍ୟ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଉଥିଲା l ଏହି କାର୍ଯ୍ୟକ୍ରମ କୁ କୁନ୍ଦୁରା ବ୍ଲକ ସାମ୍ବାଦିକ ସଙ୍ଘ ସମ୍ପୂର୍ଣ ଭାବେ ବର୍ଜନ କରିଛି l ବର୍ଷକୁ ମାତ୍ର 2 ଥର ପ୍ରସ୍ତୁତ ହେଉଥିବା ଏହି ପଞ୍ଚାୟତ ସମିତି ବୈଠକ ରେ ସ୍ଥାନୀୟ ବିଧାୟକ, ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ସମସ୍ତ ସମିତି ସଭ୍ୟ ସଭ୍ୟା,ସମସ୍ତ ସରପୋଞ୍ଚ ଏବଂ ବ୍ଲକ ଭିତରେ ରହିଥିବା ସମସ୍ତ ସରକାରୀ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ସାମ୍ବାଦିକ ଙ୍କୁ ମଧ୍ୟ ପଞ୍ଚାୟତ ସମିତି ବୈଠକରେ ଉପସ୍ଥିତ ରହିବା ପାଇଁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଥିଲା l ଦୁଃଖ ଏବଂ ପରୀତାପ ର ବିଷୟ ବୈଠକ କକ୍ଷ ରେ ସୂଚନା ଦେଇ ଡକାଯାଇଥିବା ସାମ୍ବାଦିକ ଙ୍କ ବସିବା ପାଇଁ ଗୋଟିଏ ବି ଚେୟାର କିମ୍ବା ଟେବୁଲ ଖଣ୍ଡେ ର ବ୍ୟବସ୍ଥା କରାଯାଇ ନଥିଲା l ଏହି ଘଟଣା ଆଜିର ପ୍ରଥମ ନୁହଁ ବର୍ତମାନ କୁନ୍ଦୁରା ବ୍ଲକରେ ବିଡ଼ିଓ ଦାଇତ୍ୱ ଗ୍ରହଣ କରିବା ପର ଠାରୁ ଏହିଭଳି ଅବ୍ୟବସ୍ଥା ବାରମ୍ବାର ହୋଇଚାଲିଛି l ଏହି ଅବ୍ୟବସ୍ଥା କୁ ସାମ୍ବାଦିକ ମାନେ ଗତ ଦିନରେ ସଙ୍ଘର ନିଜସ୍ୱ ଲେଟର ପେଡ୍ ରେ ଉଲ୍ଲେଖ କରି ବିଡ଼ିଓ ଙ୍କୁ ସଚେତନ କରାଇଥିଲେ l କିନ୍ତୁ ବିଡ଼ିଓ ନିଜ ଆତ୍ମଗର୍ବ ଓ ଅହଂକାର ରେ ଆଜିର ପଞ୍ଚାୟତ ସମିତି ବୈଠକ ରେ ବି ସାମ୍ବାଦିକ ଙ୍କୁ ଡାକି ବସିବା ବ୍ୟବସ୍ଥା ଜାଣିଶୁଣି କରିନଥିବା ସାମ୍ବାଦିକ ସଙ୍ଘ ଅଭିଯୋଗ କରିଛି l
ଆଜିର ପଞ୍ଚାୟତ ସମିତି ବୈଠକ କାର୍ଯ୍ୟକ୍ରମ ରେ କୁନ୍ଦୁରା ବ୍ଲକ ଚେୟାରମ୍ୟାନ, ଜିଲ୍ଲାପରିଷଦ ଭାଇସ ପ୍ରେସିଡେଣ୍ଟ, ବିଡ଼ିଓ ଏବଂ ସମସ୍ତ ପି ଆର ଆଇ ସଦସ୍ୟ ଓ ସମସ୍ତ ଲାଇନ ବିଭାଗୀୟ ଅଧିକାରୀଙ୍କ ସମ୍ମୁଖରେ ସାମ୍ବାଦିକ ମାନେ ଏହି ଅବ୍ୟବସ୍ଥା କୁ ନେଇ ଅଭିଯୋଗ ରଖିଲେ ସେତେବେଳେ ବିଡ଼ିଓ ହୋଇଥିବା ଅବ୍ୟବସ୍ଥା କୁ ସୁଧାରିବା ବଦଳରେ ସାମ୍ବାଦିକ ଙ୍କୁ କହିଲେ - ସମିତି ବୈଠକ କେବଳ ସରପଞ୍ଚ, ସମିତି ସଭ୍ୟ ଙ୍କ ଗୁରୁତ୍ୱ ରହିଛି, ସେମାନେ ନିଜ ନିଜ ଚେୟାର ରେ ବସି ଯାଇଛନ୍ତି l
ଯଦି ପଞ୍ଚାୟତ ସମିତି ବୈଠକ ରେ ସାମ୍ବାଦିକ ଙ୍କ ଆବଶ୍ୟକତା ନାହିଁ ତେବେ ସାମ୍ବାଦିକ ଙ୍କୁ ସୂଚନା ଦେଇ ଡକାଗଲା କାହିଁକି ? ଜିଲ୍ଲା ସ୍ତରରେ ହେଉ କିମ୍ବା ଉପଖଣ୍ଡ ସ୍ତରର ଯେକୌଣସି କାର୍ଯ୍ୟକ୍ରମ ରେ ସାମ୍ବାଦିକ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି l ବର୍ତମାନ ର ବିଡ଼ିଓ ଙ୍କ ପୂର୍ବରୁ ସବୁ ଠିକ ଠାକ ଚାଲିଥିଲା କିନ୍ତୁ ବର୍ତମାନ ର ବିଡ଼ିଓ କାହିଁକି ସାମ୍ବାଦିକ ଙ୍କୁ ଉପେକ୍ଷା କରୁଛନ୍ତି ଏବଂ ବ୍ଲକ ଭିତରେ ଏମିତି କି ପ୍ରକାର ଗୁମର ରହିଛି ଯାହାକୁ ସାମ୍ବାଦିକ ମାନେ ଜାଣିଯିବେ ବୋଲି ଏହିଭଳି ଜାଣିଶୁଣି ଅବ୍ୟବସ୍ଥା କରାଯାଉଛି ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ l
ସାମ୍ବାଦିକ ଙ୍କ ବିରୋଧ ଓ ଅଭିଯୋଗ ଶୁଣି ଜିଲ୍ଲାପରିଷଦ ଭାଇସ ପ୍ରେସିଡେଣ୍ଟ ସାମ୍ବାଦିକ ଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ବିଡ଼ିଓ ନିଜର ଅବ୍ୟବସ୍ଥା କୁ ନେଇଁ ଯୁକ୍ତି ବଡ଼ିଥିଲେ କିନ୍ତୁ ଏଥିରେ ସୁଧାର ଆଣିବା ବିଷୟରେ କିଛିବି କହିନଥିଲେ l ବିଡ଼ିଓ ଙ୍କ ମନ୍ମମୁଖୀ ଏକଛାଟିଆ କାର୍ଯ୍ୟକୁ କୁନ୍ଦୁରା ବ୍ଲକ ସାମ୍ବାଦିକ ସଙ୍ଘ ନିନ୍ଦା କରିଛି ଏବଂ ବିଡ଼ିଓ ଯେତେବେଳ ପର୍ଯ୍ୟନ୍ତ ସାମ୍ବାଦିକ ଙ୍କ ସହ ଆଲୋଚନା କରି ଅବ୍ୟବସ୍ଥା କୁ ବୟସ୍ଥିତ କରିବେ ନାହିଁ ସେତେ ଦିନ ପର୍ଯ୍ୟନ୍ତ କୁନ୍ଦୁରା ପଞ୍ଚାୟତ ସମିତି ର କୌଣସି କାର୍ଯ୍ୟକ୍ରମ କୁ ଖବର ପ୍ରସାରଣ କରାଯିବ ନାହିଁ ବୋଲି ସାମ୍ବାଦିକ ସଙ୍ଘ ନିଷ୍ପତି ନେଇଥିବା ଜଣାଇଛି
କୁନ୍ଦୁରାରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ
What's Your Reaction?
Like
2
Dislike
0
Love
1
Funny
0
Wow
0
Sad
0
Angry
0
Comments (0)