ପରିତ୍ୟକ୍ତ ପରିବେଶ ପାଇଁ ଚିନ୍ତାରେ ଜନସାଧାରଣ
ପରିତ୍ୟକ୍ତ ପରିବେଶ ରେ ଆର୍ଟ କଲେଜ୍ ବାମ୍ଫି।
ଖଲ୍ଲିକୋଟ ରୁ ଶିବରାମ ଜେନା, K W M l, AD C
ଗଞ୍ଜାମ: ଖଲ୍ଲିକୋଟ;୦୩/୦୯ , ଖଲ୍ଲିକୋଟ ଗଡ଼ ର ଇତିହାସ ପୃଷ୍ଠାରୁ ଅବଲୋକନ କଲେ ଜଣାଯାଏ ଯେ,
ରାଜପ୍ରାସାଦ ର ପ୍ରାଚୀନ କୀର୍ତ୍ତିରାଜି ଏପର୍ଯ୍ୟନ୍ତ ମନରୁ
ପାଶୋରିନି, ହେଲେ ଏବେ ଉକ୍ତ ରାଜପ୍ରାସାଦ ରେ ଚାଲିଛି
ଚାରୁ ଓ କାରୁ କଳା ମହାବିଦ୍ୟାଳୟ ଅନୁଷ୍ଠାନ ଓ ଅନ୍ୟପଟେ ଅଛି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ।
ମଝିରେ ଅଛି ବାମ୍ଫି , ଯେଉଁ ବାମ୍ଫି କି ଓଡ଼ିଶାରେ ଦେଖିବାକୁ ବିରଳ। ଏହାର ବିଶେଷତ୍ଵ ହେଉଛି ଯେ ,
ଉକ୍ତ ବାମ୍ଫି ଏପରି ଖନନ କରାଯାଇଥିଲା ଜଣେ ଦର୍ଶକ
ଉପରେ ଜଳସ୍ତର କୁ ଦେଖିପାରିବ ପୁଣି ସୁଡୁଙ୍ଗ ଦେଇ
ପାହାଚ ପାହାଚ ରେ ଯାଇ ପାଣି ଆଣିପାରିବ। ଏସବୁ
କାଟେଣି ପଥରରେ ନିର୍ମିତ ହୋଇଛି। ଦିନଥିଲା ଉକ୍ତ ବାମ୍ଫି
ର ଜଳକୁ ମଟର ଯୋଗେ ଆର୍ଟ କଲେଜ୍ ଓ ସି ଟି ସ୍କୁଲକୁ
ଜଳ ଯୋଗା ଯାଉଥିଲା। ବର୍ତ୍ତମାନ ଦେଖିବାକୁ ମିଳିଛି
ଖଲ୍ଲିକୋଟ ଖୋଲ ସାହି ର କିଛି ଅସାଧୁ ବ୍ୟକ୍ତିମାନେ
ଘରର ଯାବତୀୟ ଅଳିଆ ଆବର୍ଜ୍ଜନା ପକାଇ ବାମ୍ଫିକୁ
ପୋତି ଦେଲେନି। ତାହା ସହିତ ଉକ୍ତ ବାମ୍ଫି କୁ ଆଚ୍ଛାଦିତ କରି ରଖିଛି ଚତୁଃପାର୍ଶ୍ଵକୁ ରେ ଲତାବୁଦା ଓ ବିରାଟକାୟ
ଗଛ , ହେଲେ ନଜର ପଡୁନାହିଁ ସରକାରଙ୍କ ର ନା ଅନୁଷ୍ଠାନ ର ଅଧ୍ୟକ୍ଷ ଦେବୀପ୍ରସାଦ ଦାସ ଙ୍କ ର ,ତାହା ହେଲେ ଉକ୍ତ ବାମ୍ଫି କାହାରି ଦଖଲ ରେ ଅଛି ?
ଏସଂକ୍ରାନ୍ତରେ ଆମର ରିପୋର୍ଟ ର ଶିବରାମ ଜେନା
ବିଭିନ୍ନ ନିୟୁଜ୍ ମାଧ୍ୟମରେ ସରକାରଙ୍କୁ ତଥା ଶାସକ ପ୍ରଶାସକ ଙ୍କୁ ନିବେଦନ କରିଛନ୍ତି ତଥାପି କେହି ହେଲେ
କର୍ଣ୍ଣପାତ କରୁନଥିବା ଜଣାଯାଏ। ତେଣୁ ସରକାର ଙ୍କୁ ଜନସାଧାରଣ ଙ୍କ ନିବେଦନ କରିଛନ୍ତି ଯେ ଉକ୍ତ କିର୍ତ୍ତୀ ର
ପୁନଃ ଉଦ୍ଧାର ପାଇଁ ପଦକ୍ଷେପ ନେଲେ ଜନସାଧାରଣ ବିଶେଷ ଉପକୃତ ହେବେ।
ଖଲ୍ଲିକୋଟ ରୁ ଶିବରାମ ଜେନା, ଅତିରିକ୍ତ ଜିଲ୍ଳା ପ୍ରତିନିଧି
Kalinga

web Media insight.
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)