ରାସ୍ତା ନୁହେଁତ ମରଣ ଯନ୍ତା

Sep 03, 2026 - 10:49
0 59
ରାସ୍ତା ନୁହେଁତ ମରଣ ଯନ୍ତା

ମରଣଯନ୍ତା ପାଲଟିଛି ଓମ୍ ଶାନ୍ତି ନଗର ରୋଡ଼। 

କଳିଙ୍ଗ ସମ୍ବାଦ (ଖଲ୍ଲିକୋଟ ରୁ ଶିବରାମ ଜେନା)

ଗଞ୍ଜାମ: ଖଲ୍ଲିକୋଟ:୦୧/୦୯ , ଖଲ୍ଲିକୋଟ ଏନ୍ ଏ ସି 

ଅନ୍ତର୍ଗତ ୱାର୍ଡ ନଂ -୪ ରେ ଫୁଲ ଝର ସ୍ଥିତ ଓମ୍ ଶାନ୍ତି ନଗର ବାସୀଙ୍କର ରୋଡ଼ ମରଣଯନ୍ତା ପାଲଟିଛି। 

ଖବର ନେବାରୁ ଜଣାପଡିଛି ଯେ,ଉକ୍ତ ସାହି ର ବାସିନ୍ଦା ମାନେ ଆଜିକୁ ୨୭ ବର୍ଷ ଧରି ବସବାସ କରିଆସୁଛନ୍ତି।

ତା ମଧ୍ୟରେ ଅଛି ଜୁନିଅର ବିଜ୍ଞାନ ଚାଣକ୍ୟ ମହାବିଦ୍ୟାଳୟ 

ହେଲେ ପରିତାପର ବିଷୟ ପାଲଟିଛି ଏଠାରେ ଆଜି ପଯ୍ୟନ୍ତ ରୋଡ଼ କାମ ପାଇଁ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନେଉନଥିବା ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ରେ ଧରିଛି। ଏନ୍ ଏ ସି ର ନିୟମ ପ୍ରକାରେ 

ଏଠାକାର ବାସିନ୍ଦାମାନେ ନିୟମିତ ଟିକସ ପୈଠ କରୁଛନ୍ତି। ନୂତନ ଗୃହର ନକ୍ସା ଅଙ୍କନ ଶୈଳୀରେ, ପ୍ଲାନ୍ 

ଅନୁମୋଦନ କରି ଟଙ୍କା ଜମା କରୁଛନ୍ତି । ରୋଡ଼ କାମ ପାଇଁ ସରକାରଙ୍କୁ ରାସ୍ତା ହସ୍ତାନ୍ତର କରିଛନ୍ତି। ରାସ୍ତା ନିର୍ମାଣ 

ପାଇଁ ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ନୀରଞ୍ଜନ ବେହେରାଙ୍କ ସମେତ ଯନ୍ତ୍ରୀ ମହୋଦୟା ମେଡମ୍ ହିଁ ହାସିଦା ଓମ୍ ଶାନ୍ତି ନଗର ରୋଡ଼ ମାପିବା ପାଇଁ ଆସିଥିଲେ। ଏଥିପାଇଁ 

୧୦ଲକ୍ଷ ଟଙ୍କା ମଞ୍ଜୁର ହେଲା। ହେଲେ ଅନ୍ୟ ରୋଡ଼ 

କାମ ହେଲା, ଯାହାକି ରୋଡ଼ ହସ୍ତାନ୍ତର ନଥାଇ କାମ

ହେଲା । ଏବେ ଶୁଣିବା କୁ ମିଳିଛି ରୋଡ଼ କାମ ପାଇଁ 

ଟେଣ୍ଡର ନେଇଛନ୍ତି ତୋଟା ଗାଁ ର ଭାଗିରଥି ସେଠୀ 

ହେଲେ ଏପର୍ଯ୍ୟନ୍ତ କୋୖଣସି ମାଟି ସୋଲେମଧ୍ୟ ପଡ଼ିନାହିଁ 

ଏ ଭିତରେ କ'ଣ ରହସ୍ୟ ରହିଛି ତଦନ୍ତ କଲେ ସତ୍ୟା ସତ୍ୟ ପର୍ଦ୍ଧାଫାଶ ହେଵ ବୋଲି ଦୃଢେ଼ାକ୍ତି କଣ୍ଠରେ କହିଛନ୍ତି ଆମର ଖଲ୍ଲିକୋଟ ପ୍ରତିନିଧି ଶିବରାମ ଜେନା, କଳିଙ୍ଗ 

ସମ୍ବାଦ ।.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User