ଆଇ ଏ ଏସ ପାଇଲେ ମୁରିବାହାଲ ର ପୁରାତନ ଛାତ୍ର

Sep 04, 2026 - 21:09
0 31
ଆଇ ଏ ଏସ ପାଇଲେ ମୁରିବାହାଲ ର ପୁରାତନ ଛାତ୍ର

ଆଇଏଏସ ପାହ୍ୟାରେ ପଦୋନ୍ନତି ପାଇଲେ ମୁରିବାହାଲର ପୁରାତନ ଛାତ୍ର, ବ୍ଲକରେ ଶୁଭେଚ୍ଛାର ସୁଅ

ମୁରିବାହାଲ, ତା ୪/୦୯/୨୬ (କଲିଙ୍ଗ ସମ୍ବାଦ , ରାଜୀବ ମହାନ୍ତି):ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ହାଇସ୍କୁଲର ପୁରାତନ ଛାତ୍ର ଆଇଏଏସ ପାହ୍ୟାରେ ପଦୋନ୍ନତି ପାଇଛନ୍ତି। ଏହାକୁ ନେଇ ବ୍ଲକ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟିଛି।

୨୦୨୫ ଜାନୁଆରୀ ୧ରୁ ଡିସେମ୍ବର ୩୧ ମଧ୍ୟରେ ଖାଲି ହୋଇଥିବା ପଦବୀ ଭିତ୍ତିରେ ରାଜ୍ୟ ସରକାରଙ୍କ ସହ ବିଚାର-ପରାମର୍ଶ ପରେ କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି।

ଆଇଏଏସ ସୂର୍ଯ୍ୟ ନାରାୟଣ ଦାସ ମୁରିବାହାଲ ପଞ୍ଚାୟତ ହାଇସ୍କୁଲର ୧୯୮୩ ମାଟ୍ରିକ ବ୍ୟାଚର ଛାତ୍ର। ସେ ପ୍ରତିବର୍ଷ ଦଶହରା ସମୟରେ ପରିବାର ସହିତ ବନ୍ଧୁମିଳନ କାର୍ଯ୍ୟକ୍ରମ ପାଳନ କରିଥାନ୍ତି। ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଯୁଗେଶ୍ୱରୀ ଦାସ ମଧ୍ୟ ଆଇଏଏସ। ତାଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗର ନିର୍ଦ୍ଦେଶକ ତଥା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶାର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

ଏହି ଅବସରରେ ତାଙ୍କ ମାଟ୍ରିକ ବ୍ୟାଚର ସାଥୀ ଭଗବାନ ମହାନ୍ତି, ଭଗବତ ପ୍ରଧାନ, ରାମରତନ ମେହେର, ଧନଞ୍ଜୟ ପ୍ରଧାନ, ବିରାଜ କୁମାର ମହାନ୍ତି, ବିଭୁତି ନନ୍ଦ ଦାସ, ମନୋଜ ଖମାରୀ, ପ୍ରବୀର କମ୍ପ, ଶିରପତି ଷାଣ୍ଢ, ବିକାଶ ଚନ୍ଦ୍ର ମହାନ୍ତି, କୃପାସିନ୍ଧୁ ଦାସ, ଆଦିକନ୍ଦ ଖମାରୀ, ଗନ୍ଧର୍ବ ଭୋଇ, ଲଳିତ ମୋହନ ରଣା,ପିତାମ୍ବର ମେହେର,ବୃନ୍ଦାବନ ଶତପଥୀ, ସନାତନ ବିଶି, ସୁଦର୍ଶନ ଲୁହା,ବସନ୍ତ ବାଗ ,ବଂଶୀ ବାଗ,ଭୋଧର୍ମ ଭୋଇ,ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଖବର ପ୍ରଚାରିତ ହେବା ପରେ ବର୍ତ୍ତମାନ ସୋନପୁରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ମହାନ୍ତି ଶୁଭେଚ୍ଛା ଜଣାଇଛନ୍ତି।ବ୍ଲକ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଓ ପୁରାତନ ଛାତ୍ର ଶୁଭେଚ୍ଛା ଜଣାଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User