ଗୋପବନ୍ଧୁ ସ୍ମୁତି ପରିଷଦ ପକ୍ଷରୁ ଉତ୍କଳମଣି ଜୟନ୍ତୀ ପାଳନ

Oct 11, 2026 - 07:06
0 32
ଗୋପବନ୍ଧୁ ସ୍ମୁତି ପରିଷଦ ପକ୍ଷରୁ ଉତ୍କଳମଣି ଜୟନ୍ତୀ ପାଳନ

ଗୋପବଂନ୍ଧୁ ସ୍କୃତିପରିଷଦ ର ଉତ୍କଳମଣି ଜୟନ୍ତୀ

କଳିଙ୍ଗ ଦର୍ପଣ //ସତ୍ୟ ଦାସ //କେନ୍ଦୁଝର 

ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟ ,କଣ୍ଟିପାଳ ପରିସରରେ ଗୋପବନ୍ଧୁ ସ୍କୃତି ପରିଷଦ ଦ୍ଵାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ ହୋଇଯାଇଛି।

ଆୟୋଜକ ପୂର୍ବତନ ପ୍ରଧାନଶିକ୍ଷକ ବିଜୟ କୁମାର ସୁର ଙ୍କ ତତ୍ତ୍ଵାବଧାନରେ ଶିକ୍ଷାନୁଷ୍ଠାନ ପରିସରରେ ପ୍ରତିଷ୍ଠିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ସଭାସ୍ଥଳରେ ଏକତ୍ରିତ ହୋଇଥିଲେ । ପ୍ରଧାନଶିକ୍ଷକ ବାବୁଲି ଚରଣ ସଏଙ୍କ ଅଧ୍ଯକ୍ଷତାରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଧାନ

ଶିକ୍ଷକ ଦାମୋଦର ସାହୁ, ମୁଖ୍ୟବକ୍ତା ଭାବେ ଗୋପାଳକୃଷ୍ଣ ସାହୁ, ବିଶିଷ୍ଟ ଅତିଥିଭାବେ ସବୁଜିମା ସାହିତ୍ୟ ସଂସଦ ସଭାପତି ପ୍ରଦୀପ କୁମାର ହଜାରୀ, ପ୍ରାକ୍ତନ ଶିକ୍ଷକ ବ୍ରହ୍ମାନନ୍ଦ ଚକ୍ର,

ପଦ୍ମନାଭ ବେହେରା,ହରେକୃଷ୍ଣ ମଲ୍ଲିକ,ନୃସିଂହ

ଚରଣ ଷଡଙ୍ଗୀ, ରବିନାରାୟଣ ଷଡଙ୍ଗୀ, ଶିକ୍ଷୟିତ୍ରୀ ସୁଧାଂଶୁବାଳା ସେଣ୍ଢ, ପ୍ରମୁଖ ଯୋଗ

ଦେଇ ଗୋପବନ୍ଧୁଙ୍କ ସେବା, ତ୍ୟାଗ ଓ ଆଦର୍ଶରେ

ଅନୁପ୍ରାଣୀତ ହେବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟରେ ଗୋପବନ୍ଧୁ ଙ୍କ ଉପରେ ଆୟୋଜିତ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ରେ ଶ୍ରେଷ୍ଠ ନଅ ଜଣ ଛାତ୍ରଛାତ୍ରୀ 

ପ୍ରିତିସ୍ମିତା ସାହୁ, ବର୍ଷାରାଣୀ ସାହୁ, ଅମୀୟ ରଞ୍ଜନ

ସାହୁ, ଶିବାନୀ ଦାସ,ଓମ୍ ପ୍ରକାଶ ସାହୁ, ଶୁଭସ୍ମିତା

ନାୟକ, ସୁଚିସ୍ମିତା ନାହାକ, ମୋନାଲିସା ବେହେରା, ଝଲ୍ ଶିଖା ବେହେରା ଙ୍କୁ ପ୍ରମାଣପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । କାର୍ଯ୍ୟ

କ୍ରମ ପରିଚାଳନାରେ ରାମଚନ୍ଦ୍ର ବେହେରା, ଶିକ୍ଷକ

ସୁବାଷ ଚନ୍ଦ୍ରଯେନା, ଅଜୟ ଦେହୁରୀ, ଲକ୍ଷ୍ମୀଧର

ନାଏକ,ସାଧୁସୂଦନ ଆପଟ୍ଟ, ସନ୍ତୋଷ କୁମାର ମହାନ୍ତ,ଶିକ୍ଷୟିତ୍ରୀ ସୁସନା ପରିଡା,ଓମ୍ ପ୍ରଭା ଖୁଣ୍ଟିଆ, ଦାମିନୀ ସାହୁ, ମମତା ମଞ୍ଜରୀ ରାଉତ,

ପ୍ରମୁଖ ସହଯୋଗ କରିଥିଲେ । ଶିକ୍ଷକ ରବିନାରାୟଣ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User