ଓକାକା ପକ୍ଷରୁ କୁଶଳେଶ୍ୱର ହାଇସ୍କୁଲରେ ସଚେତନତା କାର୍ଯ୍ୟକ୍ରମ

Sep 09, 2026 - 17:06
0 25
ଓକାକା ପକ୍ଷରୁ କୁଶଳେଶ୍ୱର ହାଇସ୍କୁଲରେ ସଚେତନତା କାର୍ଯ୍ୟକ୍ରମ

ଓକାକା ପକ୍ଷରୁ କୁଶଳେଶ୍ବର ହାଇସ୍କୁଲ ରେ ଉଦୀୟମାନ ପ୍ରଯୁକ୍ତି ଶିବିର ଆୟୋଜନ।

----କଳିଙ୍ଗ ସମ୍ବାଦ / ଜଗବନ୍ଧୁ ପଣ୍ଡା -------------------------------- ଦେଓଗାଁ - ଘଷିପୁରା ବ୍ଲକର ଦେଓଗାଁ ଠାରେ ଥିବା କୁଶଳେଶ୍ବର ସରକାରୀ ହାଇସ୍କୁଲ ରେ ରାଜ୍ୟ ସରକାର ଙ୍କ ଓକାକା ପକ୍ଷରୁ ଉଦୀୟମାନ ପ୍ରଯୁକ୍ତି ସଚେତନତା କାର୍ଯ୍ୟକ୍ରମ ଶିବିର ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମ ରେ ବିଶେଷ କରି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଆଧୁନିକ ପ୍ରଯୁକ୍ତି ସମ୍ପର୍କରେ ପରିଚିତ କରାଇବା ସହିତ କୃତ୍ରିମ ବୁଦ୍ଧିମତ୍ତା (AI ) ଜ୍ଞାନ ର ବ୍ୟଵହାର କରିବା ସହିତ ଅନଲାଇନ ସାଇବର ଅପରାଧ ରୁ ସୁରକ୍ଷିତ ରହିବା ଉପାୟ ଏବଂ ରୋବୋଟିକସ ର ବିଭିନ୍ନ ପ୍ରାୟୋଗିକ ଦିଗ ରେ ସଚେତନତା ସୃଷ୍ଟି କରାଯାଇ ତାଲିମ ପ୍ରଦାନ କରା ଯାଇ ଥିଲା। ଏହା ଫଳରେ ଛାତ୍ରଛାତ୍ରୀ ମାନେ ନୂତନ ପ୍ରଯୁକ୍ତି ବିଦ୍ୟା ପ୍ରତି ଆଗ୍ରହ ସୃଜନଶୀଳତା ମନୋଭାବ ବିକଶିତ ହେବା ସହିତ ଭବିଷ୍ୟତ ର କ୍ୟାରିୟର ପାଇଁ ଆବଶ୍ୟକ ଦକ୍ଷତା ବିକାଶ ଦିଗ ରେ ସହାୟକ ହୋଇ ପାରିବ। ବିଶେଷ କରି ଏହିପରି ପ୍ରଶିକ୍ଷଣ ଶିବିରର ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆଧୁନିକ ଡିଜିଟାଲ ଯୁଗରେ ଆହ୍ବାନ ସାମ୍ନା କରିବା ସହିତ ପ୍ରଯୁକ୍ତି କ୍ଷେତ୍ର ରେ ନୂତନ ପ୍ରେରଣା ଯୋଗାଇ ପାରିବ। ଏହି ତାଲିମ ଶିବିର ରେ ଜିଲ୍ଲା ଶିବିର ସମନ୍ୱୟକ ଅଶୋକ କୁମାର ସାହୁ ଙ୍କ ସମେତ ଶିବିର ସହାୟକ ଦିବ୍ୟଲୋଚନ ମହାନ୍ତି, କୃତ୍ରିମ ବୁଦ୍ଧିମତ୍ତା ପ୍ରଶିକ୍ଷକ ଟେରେସା ରାଣୀ ଦାସ, ସାଇବର ସୁରକ୍ଷା ପ୍ରଶିକ୍ଷକ ଅନ୍ତର୍ଯ୍ୟାମୀ ରାଉତ, ରୋବୋଟିକସ ପ୍ରଶିକ୍ଷକ କ୍ରିଷ୍ଣ କୁମାର ସାହୁ, ଏବଂ ଶିବିର ସହାୟକ ଗିରିଧାରୀ ମହାନ୍ତ ତାଲିମ ପ୍ରଦାନ କରି ଥିଲେ। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପଣ୍ଡା ଏବଂ ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User