ନଶାମୁକ୍ତ ସମାଜ ଗଠନରେ ଆଗେଇ ଆସନ୍ତୁ ଯୁବପିଢ଼ି: ନାନ୍ଦୋଲରେ ଜନ ଶିକ୍ଷଣ ସଂସ୍ଥାନର ସଚେତନତା ଶିବିର

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ନାନ୍ଦୋଲ ଗ୍ରାମରେ ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡି ପକ୍ଷରୁ ‘ନଶାମୁକ୍ତ ଯୁବ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ିଙ୍କୁ ନଶାଠାରୁ ଦୂରେଇ ରହି ଶିକ୍ଷା, ଦକ୍ଷତା ବିକାଶ ଓ କ୍ରୀଡ଼ା କ୍ଷେତ୍ରରେ ମନୋନିବେଶ କରି ଏକ ସଶକ୍ତ ସମାଜ ଗଠନ କରିବାକୁ ଏହି ଶିବିରରେ ଆହ୍ୱାନ ଦିଆଯାଇଛି। ଶେଷରେ ଉପସ୍ଥିତ ଯୁବକମାନଙ୍କୁ ନଶାମୁକ୍ତିର ଶପଥ ପାଠ କରାଯାଇଥିଲା।

Sep 21, 2026 - 10:25
Updated: 1 month ago
0 6
ନଶାମୁକ୍ତ ସମାଜ ଗଠନରେ ଆଗେଇ ଆସନ୍ତୁ ଯୁବପିଢ଼ି: ନାନ୍ଦୋଲରେ ଜନ ଶିକ୍ଷଣ ସଂସ୍ଥାନର ସଚେତନତା ଶିବିର

ଜୁନାଗଡ଼, କଲିଙ୍ଗ ସମ୍ବାଦ,(ପୂର୍ଣେନ୍ଦୁ କୁମାର ମାଝୀ):

ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନସ୍ଥ ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡି ପକ୍ଷରୁ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମରେ ଏକ ‘ନଶାମୁକ୍ତ ଯୁବ’ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ସଂସ୍ଥାନର ନିର୍ଦ୍ଦେଶକ ସୁବ୍ରତ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଜନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନର ପ୍ରୋଗ୍ରାମ ଅଫିସର କ୍ଷୀରମଣି କୁମ୍ଭାର ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଲାଲ ବାହାଦୁର ଜାନୀ ଏବଂ ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ସ୍ବାସ୍ତିଦୀପ ଆଦିତ୍ୟ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସପ୍ଟେଶ୍ୱର ପାଢ଼ୀ, ଲକ୍ଷ୍ମଣ ବଣୁଆ ଏବଂ ୪ ନମ୍ବର ୱାର୍ଡର ସଦସ୍ୟ ଚୈତନ୍ୟ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।

ଆଲୋଚନା ଚକ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନଶାଦ୍ରବ୍ୟ ସେବନର ଭୟାବହ କୁପ୍ରଭାବ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ। ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ନଶା ଯୁବପିଢ଼ିର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପାରିବାରିକ ଭବିଷ୍ୟତକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଉଛି। ତେଣୁ ଯୁବ ସମାଜ ନଶାକୁ ପରିତ୍ୟାଗ କରି ଶିକ୍ଷା, ନିଜର ଦକ୍ଷତା ବିକାଶ, କ୍ରୀଡ଼ା ଏବଂ ବିଭିନ୍ନ ସୃଜନଶୀଳ କାର୍ଯ୍ୟକଳାପ ସହ ଯୋଡ଼ି ହେବାକୁ ଆହ୍ୱାନ କରାଯାଇଥିଲା।

କାର୍ଯ୍ୟକ୍ରମଟିକୁ ଧୀରେନ୍ଦ୍ର ସୁନାନୀ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷ ପର୍ଯ୍ୟାୟରେ ଉପସ୍ଥିତ ଅତିଥି ଓ ଯୁବବର୍ଗଙ୍କୁ ପ୍ରକୃତି ବନ୍ଧୁ ସମ୍ଭୁ ବିଶିଙ୍କ ଦ୍ୱାରା ନଶାମୁକ୍ତି ଶପଥ ପାଠ କରାଯାଇଥିଲା। ଶ୍ରୀ ବିଶି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଯୁବପିଢ଼ିଙ୍କୁ ଏକ ନଶାମୁକ୍ତ ସମାଜ ଗଠନରେ ସକ୍ରିୟ ଅଂଶଗ୍ରହଣ କରିବାକୁ ନିବେଦନ କରିଥିଲେ। “ନଶାକୁ ନା, ଜୀବନକୁ ହଁ - ନଶାମୁକ୍ତ ଯୁବ, ସଶକ୍ତ ଯୁବ”ର ସକାରାତ୍ମକ ବାର୍ତ୍ତା ସହ ଏହି ସଚେତନତା କାର୍ଯ୍ୟକ୍ରମର ଉଦ୍‌ଯାପନ ହୋଇଥିଲା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User