ବୌଦ୍ଧ ଜିଲ୍ଲା ପୋଲିସର ବିରାଟ ସଫଳତା

Aug 25, 2026 - 21:41
0 18
ବୌଦ୍ଧ ଜିଲ୍ଲା ପୋଲିସର ବିରାଟ ସଫଳତା
ବୌଦ୍ଧ ଜିଲ୍ଲା ପୋଲିସର ବିରାଟ ସଫଳତା

Slug - ବ୍ରାଉନସୁଗାର ଜବତ

Place -Boudh

Date -25.08.2026

Repoter - Rohit Nial 

ଆଙ୍କର -ପୁରୁଣାକଟକ ପୋଲିସକୁ ବଡ଼ ସଫଳତା। ଜବତ ହେଲା ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର। ଗିରଫ ହେଲେ ୪ ବ୍ରାଉନ୍‌ସୁଗାର ବ୍ୟବସାୟୀ। ୩ ଜଣ ପୁରୁଣାକଟକ ଅଞ୍ଚଳର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲାର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ​ସୂଚନା ମୁତାବକ, ଚାରିଛକ-ଫୁଲବାଣୀ ରୋଡ୍‌ରେ ଆଜି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ୩ ଜଣ ଯୁବକଙ୍କୁ ଦେଖି ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର ମିଳିଥିଲା। ପରେ ସେମାନଙ୍କୁ ପଚରାଉଚରା ବେଳେ ଏହାର ମାଷ୍ଟରମାଇଣ୍ଡ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍‌ର ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଏକ ପୋଲିସ ଟିମ୍‌ ଚଢ଼ାଉ କରି ତାଙ୍କୁ ମଧ୍ୟ ଗିରଫ କରିଛି। ​ଗିରଫ ୪ ଅଭିଯୁକ୍ତ ହେଲେ ପୁରୁଣାକଟକ ଅଞ୍ଚଳର ଦେବାଶିଷ ନାଏକ ଓରଫ ବାବୁଲୁ, ବବୁଲୁ ବେହେରା ଓରଫ ବାବୁ, ଜିଆଁକଟା ଗ୍ରାମର ପ୍ରକାଶ ପାତ୍ର ଏବଂ ମୁଖ୍ୟ ବ୍ୟବସାୟୀ ଫୁଲବାଣୀ ଟାଉନ୍‌ର ଶିବାଜୀ ମହାନ୍ତି। ସେମାନଙ୍କ ନିକଟରୁ ୧୦.୨୫୦ ଗ୍ରାମ୍ ବ୍ରାଉନ୍‌ସୁଗାର (ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା), ୧ ହଜାର ନଗଦ ଟଙ୍କା, ଗୋଟିଏ ମୋବାଇଲ୍‌ ଫୋନ୍‌ ଏବଂ ଏକ ହୋଣ୍ଡା ସାଇନ୍‌ ବାଇକ୍‌ ଜବତ କରିଛି ପୋଲିସ। ​ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ପୁରୁଣାକଟକ ଥାନା କେସ୍‌ ନଂ ୧୭୯/୨୦୨୬ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁରୁଣାକଟକ ଥାନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

​ବାଇଟ-୧-କନକ ମାଝୀ, SDPO, ବୌଦ୍ଧ ( ରୋହିତ ନିଆଲଙ୍କ ରିପୋର୍ଟ. କଳିଙ୍ଗ ସମ୍ବାଦ )

What's Your Reaction?

Like Like 2
Dislike Dislike 1
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User