ଯୌତୁକ ନିଷେଧ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

Sep 10, 2026 - 07:09
0 9
ଯୌତୁକ ନିଷେଧ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

*ଯୌତୁକ ନିଷେଧ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ*

*ଯୌତୁକ ପ୍ରଥା ରୋକିବାକୁ ସମନ୍ୱିତ ସାମାଜିକ ପ୍ରୟାସ ଆବଶ୍ୟକ*

କଳାହାଣ୍ଡି/କଳିଙ୍ଗ ସମ୍ବାଦ (କବିରାଜ ଦୁର୍ଗା)ଭବାନୀପାଟଣା, ୯/୯: ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭବାନୀପାଟଣାସ୍ଥିତ ଷ୍ଟାଟିଷ୍ଟିକାଲ୍ ସମ୍ମିଳନୀ ଗୃହରେ ବୁଧବାର ଯୌତୁକ ନିଷେଧ ଆଇନ ଉପରେ ଏକ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଉପନିର୍ଦ୍ଦେଶକ, ଜିଲ୍ଲା ପ୍ଲାନିଂ ଓ ମନିଟରିଂ ୟୁନିଟ୍ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ସମାଜ କଲ୍ୟାଣ ଅଧିକାରୀ ନିୟତି ବାଳା ସୋରେନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି ଓ ସଦସ୍ୟ ବିଶ୍ୱନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ତାଲିମଦାତା ଲକ୍ଷ୍ମୀପ୍ରିୟା ସାହୁ ଯୌତୁକ ନିଷେଧ ଆଇନର ବିଭିନ୍ନ ଦିଗ, ଯୌତୁକ ଦାବି ଓ ଗ୍ରହଣର ଆଇନଗତ ପରିଣାମ, ମହିଳାଙ୍କ ଆଇନଗତ ଅଧିକାର ଏବଂ ଯୌତୁକ ପ୍ରଥା ନିରାକରଣରେ ସମାଜର ଭୂମିକା ସମ୍ପର୍କରେ ତାଲିମ ଓ ସଚେତନତା ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସିଡିପିଓ, ୱାନ୍ ଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନର କର୍ମଚାରୀ, ଏନ୍‌ଜିଓ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, କାର୍ଯ୍ୟାଳୟ କର୍ମଚାରୀ ଏବଂ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇଥିଲେ।

ଯୌତୁକ ପ୍ରଥା ଏକ ସାମାଜିକ ବ୍ୟାଧି ହୋଇଥିବାରୁ ଏହାକୁ ରୋକିବା ସହ ମହିଳାଙ୍କୁ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାର ପ୍ରଦାନ ପାଇଁ ସରକାରୀ ବିଭାଗ, ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନ ଓ ସାଧାରଣ ଲୋକଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରା

ଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User