ଡାବୁଗାଁ ବନାଞ୍ଚଳ ବିଭାଗର ବଡ଼ ସଫଳତା

Sep 10, 2026 - 20:40
Updated: 2 months ago
0 32
ଡାବୁଗାଁ ବନାଞ୍ଚଳ ବିଭାଗର ବଡ଼ ସଫଳତା

📰 ଡାବୁଗାଁ ବନାଞ୍ଚଳର ବଡ଼ ସଫଳତା: ବେଆଇନ ଶାଗୁଆନ କାଠ ଜବତ

ନବରଙ୍ଗପୁର/ଡାବୁଗାଁ: ୧୦/୯:କଳିଙ୍ଗ ସମ୍ବାଦ // ଗୋପାଳ ପଣ୍ଡା 

ଡାବୁଗାଁ ବନାଞ୍ଚଳ ପକ୍ଷରୁ ବେଆଇନ ଗଛକଟା ଓ କାଠ କାରବାର ବିରୋଧରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣର ଶାଗୁଆନ କାଠ ସହ କାଠ କାଟିବାରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଏହି ଚଢ଼ାଉ ଡାବୁଗାଁ ବନାଞ୍ଚଳ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶ୍ରୀ ଉଦ୍ୟାନ ସୁବୁଦ୍ଧିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସହକାରୀ ବନ ସଂରକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ଶ୍ରୀ ରାମଚନ୍ଦ୍ର ଭତ୍ରାଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା।

ବନବିଭାଗକୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା ଯେ, ରତିଗୁଡ଼ା ଗ୍ରାମ ନିକଟରେ କିଛି ବ୍ୟକ୍ତି ବେଆଇନ ଭାବେ ଶାଗୁଆନ ଗଛ କାଟି ଏହାର କାଠକୁ ପଟାରେ ପରିଣତ କରି ବ୍ୟବସାୟ ଉଦ୍ଦେଶ୍ୟରେ ଏକ କୋଠରୀ ଭିତରେ ଲୁଚାଇ ରଖିଥିଲେ।

ସୂଚନା ପାଇବା ପରେ ଡାବୁଗାଁ ବନାଞ୍ଚଳର ବନବିଭାଗ କର୍ମଚାରୀମାନେ ମିଳିତ ଭାବେ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ବନବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଦେଖି ସେଠାରେ ଥିବା ବ୍ୟକ୍ତିମାନେ ଘଞ୍ଚ ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଥିବା ଜଣାପଡ଼ିଛି।

ଚଢ଼ାଉ ସମୟରେ ବନବିଭାଗ ପକ୍ଷରୁ—

ଶାଗୁଆନ କାଠ ଗଣ୍ଡି – ୧୫ଟି ,ଶାଗୁଆନ କାଠ ପଟା – ୨୫ଟି, କରତ-୨ଟି 

ଜବତ କରାଯାଇଥିଲା। ଜବତ ହୋଇଥିବା କାଠ ଗଣ୍ଡି, ପଟା ଓ କରତକୁ ପରବର୍ତ୍ତୀ ଆଇନଗତ ପଦକ୍ଷେପ ପାଇଁ ମଇଦଲପୁର ବନପାଳଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା।

ଏହି ଘଟଣା ସମ୍ପର୍କରେ ୟୁଡି କେସ୍ ନମ୍ବର ୧୧୯/୨୬-୨୭ ରେ ମାମଲା ରୁଜୁ କରାଯାଇଛି। ଡାବୁଗାଁ ବନାଞ୍ଚଳ ଅଧିକାରୀ ଶ୍ରୀ ରାମଚନ୍ଦ୍ର ଭତ୍ରାଙ୍କ ସୂଚନା ଅନୁଯାୟୀ, ଜବତ ହୋଇଥିବା ଶାଗୁଆନ କାଠ ଗଣ୍ଡି ଓ ପଟାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ।

ବନବିଭାଗର ଏହି ସଫଳ ଚଢ଼ାଉ ଫଳରେ ବେଆଇନ ଗଛକଟା ଓ କାଠ କାରବାରକୁ ରୋକିବା ଦିଗରେ ଡାବୁଗାଁ ବନାଞ୍ଚଳକୁ ଏକ ବଡ଼ ସଫଳତା ମିଳିଛି। ଜଙ୍ଗଲ ଓ ମୂଲ୍ୟବାନ ବନ ସମ୍ପଦର ସୁରକ୍ଷା ପାଇଁ ବନବିଭାଗର ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆଶା

କରାଯାଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User