ପୁନେ ରେ ଦାଦନ ଶ୍ରମିକ ମୃତ୍ୟୁ ରେ ଅନାଥ ହେଲେ ପରିବାର

Sep 03, 2026 - 15:32
0 31
ପୁନେ ରେ ଦାଦନ ଶ୍ରମିକ ମୃତ୍ୟୁ ରେ ଅନାଥ ହେଲେ ପରିବାର

*ପୁନେରେ ଦାଦନ ଶ୍ରମିକଙ୍କ ମୃତ୍ୟୁ*

*୪ ବର୍ଷର ଶିଶୁପୁତ୍ର ବାପାଛେଉଣ୍ଡ, ପରିବାରକୁ ସରକାରୀ ସହାୟତା ଦାବି*

କୋମନା, ୦୩, ୨୬,(କଳିଙ୍ଗ ସମ୍ବାଦ )ରିପୋଟ,ଗିରେନ୍ଦ୍ର କୁମାର ଜଗତ,ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଗ୍ରାମର ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ତରବୋଡ ଗ୍ରାମର ରୁପଧର ନାଗ (୩୧)। ତାଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ରୁପଧର ନାଗ ନିଜ ଗ୍ରାମର କିଛି ସାଙ୍ଗସାଥୀଙ୍କ ସହ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ପୁନେ ଯାଇଥିଲେ। ସେମାନେ ଗତ ୨୪ ତାରିଖରେ ଗାଁରୁ ବାହାରି ୨୭ ତାରିଖରେ ପୁନେରେ ପହଞ୍ଚିଥିଲେ। ସେଠାରେ ଏକ ଗୃହନିର୍ମାଣ କାମ ପାଇଁ କଥାବାର୍ତ୍ତା ହୋଇଥିଲେ। ତେବେ କାମ ଆରମ୍ଭ କରିବା ପୂର୍ବରୁ ହଠାତ୍ ରୁପଧରଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା।

ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ନିକଟସ୍ଥ ହସ୍ପିଟାଲକୁ ଯାଇ ଚିକିତ୍ସକଙ୍କ ପରାମର୍ଶ ନେଇଥିଲେ ଏବଂ ଔଷଧ ସେବନ କରୁଥିଲେ। କିନ୍ତୁ ଦେହରେ ସୁଧାର ନ ଆସିବାରୁ ୩୦ ତାରିଖରେ ସାଙ୍ଗମାନଙ୍କ ସହ ପୁଣି ହସ୍ପିଟାଲକୁ ଯାଇ ରକ୍ତ ନମୁନା ପରୀକ୍ଷା କରାଇଥିଲେ। ରକ୍ତ ନମୁନା ରିପୋର୍ଟ ଦେଖି ଡାକ୍ତର ତାଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ହୋଇଥିବା କହିଥିବା ଜଣାପଡ଼ିଛି।

୩୧ ତାରିଖରେ ରୁପଧରଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହୋଇପଡ଼ିଥିଲା। ସେ ଶୋଇପଡ଼ିବା ପରେ ରାତିରେ ସାଙ୍ଗମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ଉଠିନଥିବାରୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ରୁପଧରଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ପୁନେପୋଲିସ ମୃତଦେହର ପୋଷ୍ଟମର୍ଟମ କରାଇଥିଲା। ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ତରବୋଡ଼ ଗାଁକୁ ଅଣାଯାଉଥିବା ଜଣାପଡ଼ିଛି।

ରୁପଧର ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କ ମୃତ୍ୟୁରେ ପରିବାର ଗଭୀର ସଙ୍କଟରେ ପଡ଼ିଛି। ତାଙ୍କ ୪ ବର୍ଷର ଶିଶୁପୁତ୍ର ବାପାଛେଉଣ୍ଡ ହୋଇଯାଇଛି। ତେଣୁ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ସହ ଶିଶୁପୁତ୍ରର ଭବିଷ୍ୟତ ପାଠପଢ଼ା ପାଇଁ ତାଙ୍କୁ ଏକ ଆବାସିକ ବିଦ୍ୟାଳୟରେ ପଢ଼ାଇବାକୁ ଗ୍ରାମବାସୀ ଓ ପରିବାରବର୍ଗ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏନେଇ ଆବାହକ ଭକ୍ତରାମ ଧରୁଆ ମଧ୍ୟ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User