ବେଟି ବଚାଓ... ବେଟି ପଢ଼ାଓ କାର୍ଯ୍ୟକ୍ରମ

Sep 30, 2026 - 08:15
0 5
ବେଟି ବଚାଓ... ବେଟି ପଢ଼ାଓ କାର୍ଯ୍ୟକ୍ରମ

ବେଟି ବଚାଓ ବେଟି ପଢ଼ାଓ ଯୋଜନାରେ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ

ମୁରିବାହାଲ, //କଲିଙ୍ଗ ଦର୍ପଣ//ରାଜୀବ ମହାନ୍ତି ୨୯/୦୯/୨୦୨୬:

ବଲାଙ୍ଗୀର ଜିଲ୍ଲା ମୁରିବାହାଲସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ବେଟି ବଚାଓ ବେଟି ପଢ଼ାଓ (Beti Bachao Beti Padhao) ଯୋଜନା ଅନ୍ତର୍ଗତ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ଶିଶୁ ବିକାଶ ବିଭାଗ ଅଧିକାରିଣୀ ସୁଶ୍ରୀ ପୂର୍ଣ୍ଣିମା ବୈଠାରୁ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଗୁଣସାଗର ମେହେର, ଶ୍ରୀ ସୋମେଶ ଦତ୍ତ ହୋତା, ଶ୍ରୀ ଘନଶ୍ୟାମ ଖମାରୀ, ଶ୍ରୀ ଭିଙ୍ଗରାଜ ରଣା ଏବଂ ଶ୍ରୀ ବିକ୍ରମ ତାଣ୍ଡି ଉପସ୍ଥିତ ରହିଥିଲେ।

କାର୍ଯ୍ୟକ୍ରମରେ ବାଳିକା ଶିକ୍ଷା, ମହିଳା ସଶକ୍ତିକରଣ, ମହିଳାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଉଦ୍ଦେଶ୍ୟ ଏବଂ ସମାଜରେ ଝିଅମାନଙ୍କ ଶିକ୍ଷା ଓ ସୁରକ୍ଷାର ଗୁରୁତ୍ୱ ଉପରେ ଅତିଥିମାନେ ନିଜ ମତାମତ ପ୍ରକାଶ କରିଥିଲେ।

ଏହି ଅବସରରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ଛନ୍ଦା ଚରଣ ଖୁଣ୍ଟିଆଙ୍କ ଦ୍ୱାରା ଉପସ୍ଥିତ ଛାତ୍ରଛାତ୍ରୀମାନେ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଶପଥ ଗ୍ରହଣ କରିଥିଲେ।

ଯୁବ ସମ୍ମିଳନୀକୁ ଅଧିକ ଆକର୍ଷଣୀୟ ଓ ସଚେତନତାମୂଳକ କରିବା ପାଇଁ ଷ୍ଟ୍ରିଟ୍ ଥିଏଟର, ବିତର୍କ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା ଏବଂ ପୋଷ୍ଟର ମେକିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ବିଭିନ୍ନ ପ୍ରତିଯୋଗିତାରେ ରସିନା ବାଗ, ଝରଣା ମହତ, ଯାଜ୍ଞସେନୀ ରଣା, ବର୍ଷା କର୍ମୀ, ଶିବାନୀ ଭୋଇ, କିରଣ ହାତୀ, ତ୍ରିବେଣୀ ମହାର, ରିୟା ଛୁରା, ବିଜୟ ମହାନନ୍ଦ, ଶ୍ରିୟା ରଣା ଏବଂ ଚୂଡ଼ାମଣି ରଣା ବିଭିନ୍ନ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଥିଲେ ଏବଂ ପୁରସ୍କୃତ ହୋଇଥିଲେ।

ସଭା ପରିଚାଳନା କରିଥିଲେ ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ପ୍ରେମଚାନ୍ଦ ତାଣ୍ଡି। କାର୍ଯ୍ୟକ୍ରମରେ +୨ ଏବଂ +୩ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଝିଅମାନଙ୍କ ଶିକ୍ଷା, ସମାନତାn ଏକ ସୁସ୍ଥ ଓ ସମାନତାଭିତ୍ତିକ ସମାଜ ଗଠନ ପାଇଁ ଏହି ଯୁବ ସମ୍ମିଳନୀ ଏକ ସଚେତନତାମୂଳକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User